ଆଜି ଆଲୋକର ପର୍ବ ଦୀପାବଳୀ

0
49
ଆଜି ଆଲୋକର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୧୧) : ଆଜି ଆଲୋକର ପର୍ବ ଦୀପାବଳୀ । ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା ।

ପବିତ୍ର ଦୀପାବଳି ଅବସରରେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଛନ୍ତି । କାଉଁରିଆ ଜାଳିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି । ସେପଟେ ଘରେ ଘରେ ଆଜି ପିଠା ମିଠା ଖାଇ ବାଣ ଫୁଟାଇବେ ଲୋକେ ।

କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା’ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । ସେହିପରି ଚଳିତ ବର୍ଷ ବିନା କଟକଣାରେ ବାଣ ଫୁଟାଇବାକୁ ମିଳିଛି ଅନୁମତି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଥିବା ବେଳେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ପରିବେଶ ପ୍ରଦୂଷଣ ଉପରେ କଡ଼ା ନଜର ରଖିଛି ପ୍ରଶାସନ ।