ରାଜନୀତିକ ଶତ୍ରୁତାରୁ ସଂଘର୍ଷ : ବୋମାମାଡ଼ରେ ୮ ଗୁରୁତର

0
46
ରାଜନୀତିକ ଶତ୍ରୁତାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୧୨/୧୧) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗାଁ’ରେ ରାଜନୀତିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ରକ୍ତାକ୍ତ ସଂଘର୍ଷ ଘଟିଛି ।

ଗୋଟିଏ ଗୋଷ୍ଠୀର ବୋମା ମାଡ଼ରେ ୮ ଜଣ ଗୁରୁତର ଆହତ ହୋଇଥିବା ପୁଲିସ ସୂଚନା ଦେଇଛି । ୮ ଆହତଙ୍କ ମଧ୍ୟରୁ ୬ ଜଣ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଗାଁ’ରେ ଉତ୍ତେଜନା ଲାଗି ରହିଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସେଠାରେ ପୁଲିସ୍‌ ଫୋର୍ସକୁ ମୁତୟନ କରାଯାଇଛି । ଖଣ୍ଡପଡ଼ା ପୁଲିସ ଘଟଣାର ତଦନ୍ତ କରୁଛି ।