ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ବଲାଙ୍ଗୀର ଝିଅ ସ୍ବର୍ଣ୍ଣ ଆଭା ମିଶ୍ର ପ୍ରଥମ

2
107
ରାଜ୍ୟ ସ୍ତରୀୟ ବିଜ୍ଞାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୯) : ଗତ ନଭେମ୍ବର ୯ ତାରିଖ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା (କନିଷ୍ଠ ବର୍ଗ) ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଏବଂ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 11 12 At 12.11.12

ଏହି ପ୍ରତିଯୋଗିତାରେ ଓଡିଶାର ୩୦ଟି ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ବର୍ଣ୍ଣ ଆଭା ମିଶ୍ର ଓ ସାଥି ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ବଲାଙ୍ଗୀର ପାଇଁ ଗୌରବ ଆଣିଦେଇଛନ୍ତି ।

2 COMMENTS

Comments are closed.