ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଜିଲ୍ଲାକୁ ବେଆଇନ୍ ଦେଶୀ ରନ୍ଧା ମଦ କାରବାର ; ଦୁଇ ଅଭିଯୁକ୍ତ ଗିରଫ

0
114
ବୌଦ୍ଧ ଜିଲ୍ଲାରୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୪/୧୧) : ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୧୦୦ ଲିଟର ରନ୍ଧା ମଦ ଓ ଏକ ବାଇକ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଅବକାରୀ ଅଧିକାରୀ ଆଶିଷ ବେହେରାଙ୍କ ସୁଚନା କ୍ରମେ, ଟିଟିଲାଗଡ ଥାନା ଅନ୍ତର୍ଗତ ସଗଡଘାଟ ଗ୍ରାମ କୁମ୍ବେପଡା ଛକ ନିକଟରେ ୧୦୦ ଲିଟର ଦେଶୀ ରନ୍ଧା ମଦ ଏକ ବାଇକ ନମ୍ୱର, ଓଆର, ୦୩, ଜି, ୬୭୮୧ ଯୋଗେ ବୌଦ୍ଧ ରୁ ଟିଟିଲାଗଡ ଆଣି ଆସୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୁମନ୍ତ ପ୍ରଧାନ (୫୦), ନାମକ ଜଣେ ବୌଦ୍ଧ ଜିଲ୍ଲାର ଗୋଛାପଡା ଗ୍ରାମର ଜଣେ ବ୍ୟକ୍ତି ଓ ଉକ୍ତ ଗୋଛାପଡ଼ା ର ଆଉ ଜଣେ ସୁଧାଂଶୁ ଭୋଇ (୪୭) ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।