ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଆଉ ଜଣଙ୍କ ଅନାହାର ମୃତ୍ୟୁ

0
114
ଦାଦନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ବେଲପଡ଼ା, (୨୩/୦୪) : ଅତିତ ରେ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଅନାହାର ମୃତ୍ୟୁ ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିଥିଲା, ସେହିପରି ଏହି ଜିଲ୍ଲା ରେ ଏବେ ଆଉ ଜଣେ ଅନାହାର ମୃତ୍ୟୁ ର ଶିକାର ହେବା ନଜର କୁ ଆସିଛି ।

ସ୍ୱତନ୍ତ୍ର ଭାବେ ଅନେକ ଯୋଜନା ଏହି ଅଞ୍ଚଳ ରେ କାର୍ଯ୍ୟକାରି କରିଥିବା ସତ୍ତ୍ବେ ତାହା କେବଳ କାଗଜ କଲମରେ ସିମୀତ ଥିବା ଦେଖାଯାଉଛି । ଜିଲ୍ଲା ରୁ ନିୟମିତ ଦାଦନ ଶ୍ରମିକ ଚାଲାଣ ହୋଇ ଯାଇ ଅକଥନୀୟ ନିର୍ଯାତନା ଭୋଗ କରିବା ଶହ ଆଗତୁରା ଟଙ୍କା ଦେଇ ବାଧ୍ୟ କରି ଅଟକ ରଖୁଥିବା ଦେଖାଯାଉଛି । ଯଦ୍ୱାରା ମାସ, ମାସ ଧରି ସପରିବାର ରାଜ୍ୟ ବାହାରେ ରହୁଥିବା ଯୋଗୁଁ ଛୋଟ ଶିଶୁ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ଓ କେବଳ ନୂଆଁଖାଇ ରେ ନିଜ ଭିଟା ମାଟି କୁ ଆସି ପୁନଃ ଚାଲିଯାଇଥାନ୍ତି । ଯଦ୍ୱାରା ନିଜ ସମ୍ପର୍କୀୟ ଙ୍କ ସହ ଯୋଗାଯୋଗ ବିଛିନ୍ନ ହେଇଥାଏ । ବିଶେଷ କରି ବୃଦ୍ଧ, ବୃଦ୍ଧା ଙ୍କୁ ଛାଡି ଚାଲି ଯାଇଥିବା ବେଳେ ଏଠି ଭୋକ,ଉପାସ ରେ ରହି ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି ।

ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଡୁଙ୍ଗରିପାଲି ଗ୍ରାମ ର କୁମର ମଣି ଛତ୍ରିଆ ନାମକ ଜଣେ ବୃଦ୍ଧ ଅନାହାର ରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଙ୍କ ଦୁଇ ପୁଅ ଯଥା ଲାଲ ସାହେବ ଛତ୍ରିଆ ଓ ଗଣପତି ଛତ୍ରିଆ ସପରିବାର ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ । ବୃଦ୍ଧ କୁମରମଣି ଙ୍କ ସେବା, ଶୁଶ୍ରୁଷା ପାଇଁ କେହି ନ ଥିବାରୁ ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହୋଇ ପଡ଼ିରହିଥିଲେ । ଶୁକ୍ରବାର ଦିନ ଠାରୁ ଘରେ ସେ ମୃତ୍ୟୁ ବରଣ କରିଥିବା ବେଳେ ଶନିବାର ରାତିରେ ପୋଲିସ ମୃତ୍ୟୁ ଖବର ପାଇ ସକାଳୁ ପ୍ରଶାସନ ଅଧିକାରୀ ମାନେ ଘଟଣାସ୍ଥଳରେ ପହିଞ୍ଚି ଶବ ଉଦ୍ଧାର କରିବା ସହ ମୃତକ ଙ୍କ ପୁଅ ଗଣପତି ମୃତ୍ୟୁ ଖବର ପାଇ ଲୁଚି ପଳେଇ ଆସି ପ୍ରଶାସନ ଓ ତାଙ୍କ ସମ୍ପର୍କୀୟ ଙ୍କ ଦ୍ଵାରା ଶବଦାହ ବେଳେ ଉପସ୍ଥିତ ରହିଥିଲେ ।

ଗଣପତି ଛତ୍ରିଆ ଲୁଚି ଆସିଥିବା ବେଳେ ଅନ୍ୟ ସମସ୍ତେ ହାଇଦ୍ରାବାଦ ଠାରେ ଥିବା ଓ ଠିକାଦାର ତାଙ୍କୁ ନ ଛାଡିଥିବା ଜଣାଇଛନ୍ତି । ଏପରିକି ଉକ୍ତ ଠିକାଦାର ଦେଇଥିବା ଅଗ୍ରୀମ ରାଶି ର ଦୁଇଗୁଣ ଟଙ୍କା ଦେଇ ଯାଅ ବୋଲି କହିବାରୁ ଗଣପତି ଲୁଚି ଆସିଥିବା କହିଛନ୍ତି । ସେହିପରି ମାସିକ ଚାଉଳ ଓ ମାସିକ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ତାଙ୍କୁ ପ୍ରଦାନ କରାଯାଉ ନ ଥିବା ଯୋଗୁଁ ସେ ଭିକ୍ଷାବୃତି କରିବା କୁ ବାଧ୍ୟ ହୋଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ଅନୁଯାୟୀ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଭଳି ଏକ ସ୍ପର୍ଶକାତର ବିଷୟ କୁ ଗମ୍ଭୀରତା ସହ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେବା ଓ ଏ ସମସ୍ୟା ର ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।