ବିର୍ସା ମୁଣ୍ଡାଙ୍କ ଜନ୍ମ ଦିନରେ ପ୍ରତିମୂର୍ତ୍ତି ସ୍ଥାପନ କରିଲେ କେ,ରତ୍ନାଜି

0
76
ବିର୍ସା ମୁଣ୍ଡାଙ୍କ ଜନ୍ମ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ପଞ୍ଚାୟତ ଶିବ ମନ୍ଦିର ପାଖ ଗୌତମ ନଗରରେ ରହିଆସୁଥିବା କେ, ରତ୍ନାଜି ଆଜି ପୁଣି ଚର୍ଚ୍ଚାରେ । କିଛି ଦିନ ତଳେ ସହିତ ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରି ପାଞ୍ଚ ସେଣ୍ଟ ଜାଗା ଦାନ କରିଥିଲେ ।

ସେହି ପାଖରେ ଆଜି ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଦିନରେ ପ୍ରତିମୂର୍ତ୍ତି ସ୍ଥାପନା କରି ବେଶ ଲୋକପ୍ରିୟ ହୋଇଥିବା ଜଣାପଡିଛି । ୧୮୭୫ ନଭେମ୍ବର ୧୫ ରେ ଝାଡ଼ଖଣ୍ଡର ଉଲିହାଟୁ ଗାଁ’ରେ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ନିର୍ଭୀକ, ସାହସୀ, ସ୍ବାଧୀନଚେତା ଥିଲେ । ସେ ସମୟରେ ବିଦେଶୀ ଶାସନ ଅତ୍ୟାଚାରରେ ଆଦିବାସୀମାନଙ୍କୁ ମଧ୍ୟ ଶୋଷଣ କରାଯାଉଥିଲା । ସେତିକିବେଳେ ବିର୍ସାଙ୍କ ନେତୃତ୍ବରେ ସମସ୍ତେ ଏକଜୁଟ ହେଲେ । ଆଦିବାସୀ ମାନେ ତାଙ୍କୁ ନେତା ତଥା ଲୋକନାୟକ ଭାବେ ଗ୍ରହଣ କରିଥିଲେ । ଆଜି ତାଙ୍କ ଜନ୍ମ ଦିନରେ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଭୂମି ପୂଜନ କରି ଆଠ ପୁଟର ଏକ ମୂର୍ତ୍ତି କରିବା ପାଇଁ ମନ ଆଗେଇଥିବା କେ ରତ୍ନାଜି ଆଜି ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇ ଥିବା ଦେଖିବାକୁ ମିଳିଛି ।