କଲ୍ୟାଣସିଂହପୁରରେ ପୃତକ ୩ ଟି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ

0
265
କଲ୍ୟାଣସିଂହପୁରରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପୃତକ ୩ ଟି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ।WhatsApp Image 2023 02 10 at 18.15.36 କଲ୍ୟାଣସିଂହପୁରରେ ପୃତକ ୩ ଟି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ

କଲ୍ୟାଣସିଂହପୁରରେ ଥିବା ଆଦର୍ଶ ବିଦ୍ୟାଳୟ, ମଝିଗୁଡା ପଞ୍ଚାୟତର ସଦର ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଆଡମ୍ବରରେ ପାଳନ କରାଯାଇଛି । ଏଥିରେ ମାଝୀଗୁଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୀତା ମହା ଲଷ୍ମୀ ବୈଠକରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ ସମ୍ମାନୀୟ ଅତିଥି କଲ୍ୟାଣସିଂହପୁର ଲ୍ୟାମ ସଭାପତି ଶଙ୍କର ହୁଇକା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜିତ ଗିରି ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗିରି, ଅତିଥି ବରିଷ୍ଠ ନେତା ବୋମୀ ମାଧଵ ରାଓ, ଅତିଥି ବରିଷ୍ଠ ନେତା ଶ୍ୟାମଧର କଣ୍ଡାଗିରି, ସି ଆର ସି ସି ମାଝିଗୁଡା ରମେଶ ଚନ୍ଦ୍ର ବିଡିକା ସଭାପତି ମୋ ସ୍କୁଲ ଅଭିଯାନ ଗେମ୍ବାଳି ଶିବ ପ୍ରସାଦ ମଞ୍ଚସିନ ରହିଥିଲେ ।

ସେହି ପରି ବ୍ଲକରେ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ତଥା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ରେ ୨୦୨୨-୨୩ ବାର୍ଷିକ ଉତ୍ସବ ଆଡମ୍ବରରେ ପାଳିତ ହୋଇଛି । ଏଥିରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଏସ.ସୋମେଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସି ଆରପିଏଫ ସହାୟକ କମାଣ୍ଡାଣ୍ଟ ଡି.କ୍ରିଷ୍ଣ। ରାଓ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି । ଏ.ବି.ଇ.ଓ ମୋହନ ରାଓ କଣ୍ଡାଗରୀ, ଲ୍ୟାମ୍ପ ସଭାପତି ଶଙ୍କର ହୁଈକା, ସରପଞ୍ଚ ଅମିତା କାଡ୍ରାକା, ନାଏବ ସରପଞ୍ଚ ବି. କାମେଶ୍ୱର ରାଓ, ବିଦ୍ୟାଳୟର ଏସ ଏମ୍ ସି ସଭାପତି ଏ.ଶ୍ରୀନିବାସ ରାଓ, ସମିତି ସଭ୍ୟ ଶାନ୍ତି ହୁଈକା, ସି ଆର ସି ଦୀନ ବନ୍ଧୁ ହୁଈକା ସମ୍ମାନୀୟ ଅତିଥିଭାବରେ ରହିଥିଲେ ।

ମୁଖ୍ୟ ବକ୍ତା ଭାବେ ରିଭଲକଣା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଧର ପଟ୍ଟନାୟକ ରହିଥିଲେ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟକ୍ଷ ସଙ୍ଗୀତ ପାଲକା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମୁଖ୍ୟବକ୍ତା ଭାବେ କୋଲନରା ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁ ରହିଥିବା ବେଳେ ତହସିଲଦାର ସୁଧାକର ରଇତ ଓ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଏଥିରେ ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କୁ ଶିକ୍ଷା ସହ କ୍ରୀଡ଼ାର ମଧ୍ୟ ଆବଶ୍ୟକ ରହିଛି । କ୍ରୀଡା ଦ୍ୱାରା ଶାରୀରିକ, ମାନସିକ ଠିକ ରହିଲେ ପାଠ ପଢା ରେ ମନ ଲାଗିବ ବୋଲି କହିଛନ୍ତି । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ସନ୍ଧ୍ୟା ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂକୃତିକ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଆମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମଜା ନେଇଥିଲେ ।