୨ ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କାର୍‌

0
43
୨ ସାଇକେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୫/୧୧) : ୨ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କାର୍‌ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟଙ୍କ ଘର ଝାରମୁଣ୍ଡା ଗାଁ’ରେ । ଆଜି ସକାଳେ ୨ ସାଇକେଲ ଆରୋହୀ ଶୌଚ ହେବା ପାଇଁ ଗାଁ ନିକଟକୁ ଆସିଥିଲେ । ଶୌଚ ହେବା ପରେ ରାସ୍ତାପାର ହୋଇ ଯିବାବେଳେ ସେମାନଙ୍କ ଉପରେ କାର୍‌ ମାଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାରୋକ ଯୋଗୁ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି । ଅନ୍ୟପକ୍ଷରେ ଦୁର୍ଘଟଣାପରେ ଘଟଣାସ୍ଥଳରୁ କାର୍ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର । ପୁଲିସ କାର୍‌କୁ ପିଛା କରି ଧରିଥିଲା ।