ଦୀପ ନିଆଁରୁ ଜଳିଗଲା ଘର

1
43
ଦୀପ ନିଆଁରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୩/୧୧) : ରାଉରକେଲା କୋଏଲନଗରରେ ଥିବା ଦୁଇ ମହଲା ଘରେ ଅଗ୍ନିକାଣ୍ଡ ଘଟିଛି । ଦୀପ ନିଆଁରୁ ଘରେ ନିଆଁ ଲାଗି ଯାଇଥିବା ସୂଚନା ରହିଛି ।

୫ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏତେ ବଡ଼ ଅଘଟଣରେ କାହାର କିଛି କ୍ଷତି ଘଟି ନାହିଁ । ଘର ଭିତରେ ଥିବା ମା’ ଓ ଛୁଆଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଆଜି ଦିନ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଦୀପ ନିଆଁ ନିକଟରେ ଥିବା ପେଟିରେ ଲାଗି ଯାଇ ଘରେ ଲାଗିଯାଇଥିଲା ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ଯାଇଛି । ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହେଉଛି । ଅଗ୍ନିକାଣ୍ଡ ପରେ ସେହି ଅଞ୍ଚଳରେ ଲାଇନକୁ କାଟି ଦିଆଯାଇଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି ।

1 COMMENT

Comments are closed.