ରୌପ୍ୟ ଜୟନ୍ତୀ ୨୫ ତମ ବର୍ଷରେ ସମ୍ପନ୍ନ ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

0
52
ରୌପ୍ୟ ଜୟନ୍ତୀ ୨୫

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୫/୧୧) : ମୁରିବାହାଲ ମୁରିବାହାଲ ଓ ଲଖନା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ୨୫ତମ ବର୍ଷରେ ପଦାର୍ପଣ କରିଛି

ପୂର୍ବଦିନ ଶତାଧିକ ମହିଳା କଳସ ଯାତ୍ରାରେ ଯୋଗଦାନ କରି ସ୍ଥାନୀୟ ଖଜୁରିବନ୍ଧରୁ ପାଣି ଆଣି ଅଷ୍ଟପ୍ରହରୀ ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ଅଷ୍ଟପ୍ରହରୀ ନାମଯଜ୍ଞର କର୍ତ୍ତା ଭାବେ ତରୁଣ ପୋଢ଼ ଏବଂ ତାଙ୍କର ଧର୍ମପତ୍ନୀ ତପସ୍ଵିନୀ ପୋଢ଼ ଥିବା ବେଳେ ଗିରି ଗୋବର୍ଦ୍ଧନ ପୂଜାରେ ଦିଲ୍ଲୀପ ବାଗ ଓ ଧର୍ମପତ୍ନୀ ସଙ୍ଗୀତା ବାଗ ଦାୟିତ୍ୱ ତୁଲାଇଥିଲେ । ଅଷ୍ଟପ୍ରହରୀରେ ମୁରିବାହାଲ ଓ ମଗାଁ ମହିଳା ଦଳ, ବାଲିପାଟି, ରଜାମରା, ଗମ୍ଭାରୀଖୋଲା, ପଙ୍ଗନିଆ, ସନ୍ଧିବାହାଲି, ଭୋଇପଡା ଦଳ ଯୋଗ ଦେଇଛନ୍ତି । ଆୟୋଜକ ମୁରିବାହାଲ ଓ ଲଖନା ପଞ୍ଚାୟତ ଗିରି ଗୋବର୍ଦ୍ଧନ ପୂଜା କମିଟିର ସଭାପତି ସାମନ୍ତ ବାଗ, ଉପସଭାପତି ଫାଲଗୁନି ହାତୀ, ଦୈତାରି ହାତୀ, ଦେବାର୍ଚ୍ଚନ ଥପା, ସମ୍ପାଦକ ଦିନେଶ କୁମାର ହଂସ, ସହସମ୍ପାଦକ ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ସୁଦର୍ଶନ ଖର୍ସେଲଙ୍କ ସହ ଉପଦେଷ୍ଟା ଯୁବ ଯାଦବ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା,, ଶ୍ରୀପତୀ ଷାଣ୍ଢ , ମଧୁସୂଦନ ନାଗ, ମଧୁସୂଦନ ମାହାକୁର, ଦନାର୍ଦନ ବଗର୍ତ୍ତି, ମହେନ୍ଦ୍ର ବାଗ, ଅନାର୍ଯ୍ୟ ହଂସ, ମନୁ ହଂସ, କରନ ଜାଲ, ପରମା ଗହିର, ବଜରଙ୍ଗ ଷାଣ୍ଢ , ଉଦିତ କଟା, ପଦ୍ମଲୋଚନ ବନଛୋର, କୃତିବାସ ବାଗ, ଚମ୍ପେଶ୍ୱର୍ ହଂସ, ତ୍ରିଭୁବନ ହେର୍ଣ୍ଣା, ଗିରିଧାରୀ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ପାରମ୍ପରିକ ବାଡ଼ିଖେଳ, ଅଷ୍ଟପ୍ରହରୀ ସହ ପୂଜାରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି । ଆଜି ବୁଧବାର ନାମଯଜ୍ଞ ପୂର୍ଣ୍ଣାହୁତି ସହ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି ।

ସେହିପରି ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡିଆ ଠାରେ 35 ତମ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ଅନୁଷ୍ଠିତ ହୋଇଥିଲା । ହଳଦୀ ହାଟପଦା ଛକ ରୁ ହାଇସ୍କୁଲ ଖେଳ ପଡିଆ ପର୍ଯ୍ୟନ୍ତ 300 ରୁ ଉର୍ଦ୍ଧ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରାଜ୍ୟ ମହାସଭା ଉପସଭାପତି ପ୍ରଜ୍ୱଳ୍ପ ବିଭାଗ ଲକ୍ଷ୍ମଣ ବାଗ, ମୁଖ୍ୟ ବକ୍ତା ନୂଆପଡା (କୋମନା) ଘନଶ୍ୟାମ କରୁଆଁ, ସମ୍ମାନିତ ଅତିଥି ଦମ୍ବଲପୁର, (ହାସ୍ୟ କବି) ଗୁଣ ରଞ୍ଜନ ସାଲିମା, ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗା ହେର୍ଣ୍ଣା, କୋଶଲି କବି ମଧୁସୂଦନ ନାଗ, ସଭାପତି ପୁରୁଷୋତ୍ତମ ବାଗ ସଭାର ସଭାପତି ତଥା ହଳଦୀ ଗ୍ରାମ ପଞ୍ଚାୟତ ଯାଦବ ମହାସଭା ସଭାପତି ସମ୍ପାଦକ ସରୋଜ ବାଗ, ପୂଜା ସଭାପତି ପରିଚୟ ପ୍ରଦାନ ବଲାଙ୍ଗିର ଜିଲ୍ଲା ଜିଲ୍ଲା ମହାସଭା ଉପଦେଷ୍ଟା ସ୍ଵପ୍ନେଶ୍ଵର ମହାକୁର ପ୍ରମୁଖ ମଞ୍ଚାସିନ ଥିଲେ । ହାସ୍ୟକବି ଗୁଣରଞ୍ଜନ ସାଲିମା ଙ୍କୁ ଯାଦବ କୁଲ ମହକ -୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ବାରପାଲି ହଳଦୀ ର ପ୍ରତ୍ୟେକ ଗ୍ରାମ ସଭାପତି ବ୍ରଜମୋହନ ବନଛୋର, ମୁନିରାମ ହାତୀ, ପ୍ରକାଶ ହଂସ, ଦୈତାରୀ ଚନ୍ଦନ, ପ୍ରଭାକର ମହାକୁର, ହୃଷିକେଶ ବାଗ, କବିରାଜ ବାଗ, ଉପେନ ବାଗ, ରଞ୍ଜୁ ହାତୀ ମାନଙ୍କୁ ସମ୍ମାନିତ କରାଯାଇଥିଲା |ପାଞ୍ଚ ହଜାରୁ ଉର୍ଦ୍ଧ ଯାଦବ ଙ୍କ ସମ୍ବିଳନୀ ହୋଇଥିଲା । ସେହିପରି ବ୍ଲକ ର ୧୬ ଟି ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସାଂସଦ ନିରଞ୍ଜନ ବିଶି, ପୂର୍ବତନ ବିଧାୟକ ଆୟୁବ ଖାଁ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଡବ୍ଲୁଡିସି ସଦସ୍ୟ ହଂସ ରାଜ ଜୈନ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ, ଯୁବନେତା ଅମିତ ସିଂ ସାଲୁଜା (ସେଜି ସିଂ) ବିଜେଡି ବରିଷ୍ଠ ନେତା ଅଜୟ ଦାସ, ଯୁବ ନେତା ତଥା ବ୍ଲାକ କମାଣ୍ଡା ଗିରିରାଜ ସିଂ ମାଝୀ, ଅବସର ସୈନିକ ଧନେଶ୍ୱର ମାଝୀ ପ୍ରମୁଖ ଗିରି ଗୋବର୍ଦ୍ଧନ ପୂଜାରେ ଉପସ୍ଥିତ ରହି ପୂଜାର୍ଚନା କରିଥିଲେ ।