ମୁରିବାହାଲ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ରିହାତି ଦରରେ କ୍ରେଟ ବଣ୍ଟନ

5
58
ମୁରିବାହାଲ ଉଦ୍ୟାନ କୃଷି

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୮/୧୧) : ମୁରିବାହାଲ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ରିହାତି ଦରରେ କ୍ରେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଯୋଜନା ଅନ୍ତର୍ଗତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ବଲାଙ୍ଗିର ଉପଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ପକ୍ଷରୁ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନ ସହାୟତା ମାଧ୍ୟମରେ ୯୦ ପ୍ରତିଶତ ରିହାତି ଦରରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ରେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ଯଶୋବନ୍ତ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ଉଦ୍ୟାନ ବିଭାଗ ଓଭରସିଅର ରଘୁମଣୀ ପୁଟେଲ, ଜନମୁକ୍ତି ଅନୁଷ୍ଠାନ ପ୍ରୋଗ୍ରାମ ମ୍ୟାନେଜର ସଞ୍ଜୀବ ବାରିକ ସମ୍ମାନିତ ଅତିଥି ରୂପେ ଯୋଗଦେଇ କ୍ରେଟ ବଣ୍ଟନ କରିଥିଲେ ।

ଏଥିରେ ବ୍ଲକର ଯମୁନା, ଯୁଗିରତା, ପାତଳପଡା, ସିଲେଟପଡା, ଗମ୍ଭାରିଖୋଲା ଓ ବ୍ରାହ୍ମଣୀ ଗ୍ରାମର ୧୬ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ୨୦ଟି ଲେଖାଏଁ କ୍ରେଟ ବଣ୍ଟନ କରାଯାଇଥିଲା । ଲଳିତ ରଣା, ଉଦ୍ୟାନସାଥୀ ଅମିତ ପଧାନ, ତିଳକ ବାଗ, ଅରବିନ୍ଦ ଜାଲ, ତରୁଣ ନାଗ ଓ ସିଆର୍‌ପି ପ୍ରମୁଖ ପ୍ଲାଷ୍ଟିକ କ୍ରେଟ ବଣ୍ଟନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।”

5 COMMENTS

Comments are closed.