ପୂର୍ବତନ ଭୂବନ୍ଧକ ବ୍ୟାଙ୍କ ସେକ୍ରେଟାରୀଙ୍କ ପରଲୋକ

0
41
ପୂର୍ବତନ ଭୂବନ୍ଧକ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୧୧) : ସୋନପୁରର ପୂର୍ବତନ ଭୂବନ୍ଧକ ବ୍ୟାଙ୍କ ସେକ୍ରେଟାରୀ ଜୟଶଙ୍କର ଆଚାରୀଙ୍କ ଗତ ୧୩ ତାରିଖ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି ।

ପୂର୍ବତନ ଭୂବନ୍ଧକ ବ୍ୟାଙ୍କ ସେକ୍ରେଟାରୀଙ୍କ ପରଲୋକ । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ ଓ ପରେ କଟକରେ ଥିବା ତାଙ୍କ ବଡ ପୁଅ କାଳିଦାସଙ୍କ ସହିତ ମୋବାଇଲରେ କଥା ମଧ୍ୟ ହୋଇଥିଲେ ହେଲେ କିଛି ସମୟ ପରେ ସେ ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରି ଧଇଁସଇଁ ହେଲେ ଏବଂ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହେଉଥିଲା । ଜୟଶଙ୍କର ଆଚାରିଙ୍କ ମୃତ୍ୟୁ ଖବର ଶୁଣି ସହରର ସବୁମହଲରେ ଶୋକ ପ୍ରକାଶ ପାଇଥିଲା ।

ସେ ଜଣେ ପରୋପକାରୀ ଓ ବନ୍ଧୁବତ୍ସଳ ତଥା ସମସ୍ତ ଙ୍କଠାରେ ଲୋକପ୍ରିୟ ଥିଲେ । ତାଙ୍କ ବଡ ପୁଅ କାଳିଦାସ ଓ ଝିଅ ସୁଜାତା କଟକ ଓ ବ୍ରହ୍ମପୁର ରେ ରହୁଥିବା ବେଳେ ସେମାନେ ଆସି ତାଙ୍କର ଶବ ସଂସ୍କାର ର ସମସ୍ତ ବ୍ୟବସ୍ଥା କରିଥିଲେ ପରେ ସାନପୁଅ ରିଙ୍କୁ ମଧ୍ୟ ବାଙ୍ଗାଲୋରରୁ ଆସିପହଞ୍ଚିଥିଲେ । ରାମେଶ୍ଵରସ୍ଥିତ ତ୍ରିବେଣୀ ସଙ୍ଗମଠାରେ ତାଙ୍କ ର ଶବ ସଂସ୍କାର କରାଯାଇଥିଲା । ବଡପୁଅ କାଳିଦାସ ମୁଖାଗ୍ନୀ ଦେଇଥିଲେ ।