ସ୍ୱର୍ଗତ ପିତାଙ୍କ ସ୍ମୃତିରେ ୫ ଲକ୍ଷ ଟଙ୍କାର ପାଠାଗାର ପାଇଁ ଶିଳାନ୍ୟାସ

0
51
ସ୍ୱର୍ଗତ ପିତାଙ୍କ ସ୍ମୃତିରେ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୫/୧୧) : ସ୍ୱର୍ଗତ ପିତାଙ୍କ ସ୍ମୃତିରେ ୫ ଲକ୍ଷ ଟଙ୍କାର ପାଠାଗାର ପାଇଁ ଶିଳାନ୍ୟାସ ।Whatsapp Image 2023 11 15 At 21.07.28

ବୋରିଗୁମ୍ମାରେ ଶିଶୁ ମନ୍ଦିର ପ୍ରଜ୍ଞାବିହାରର ପ୍ରତିଷ୍ଠା ତଥା ଅନେକ ଜନହିତକର ତଥା ରାଷ୍ଟ୍ର ହିତକର କାମ କରି ଖ୍ୟାତି ଅର୍ଜନ କରିଥିବା ସ୍ଵର୍ଗତ କେ.ଦେବଦତ୍ତମ୍ ଦୋରାଙ୍କ ଜୀବନର ସାରସ୍ଵତ କୃତି ତଥା ସ୍ମୃତିକୁ ସଜାଗ କରିବା ଉପଲକ୍ଷେ ମଙ୍ଗଳବାର ତାଙ୍କ ପବିତ୍ର ଜନ୍ମ ତିଥିରେ ତାଙ୍କ ସୁପୁତ୍ର ତଥାବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ କେ. ନାଗରାଜ ଦୋରାଙ୍କ ପରିବାର ପକ୍ଷରୁ ଏହାର ଖୁଡି ଗୁଡ଼ା ସ୍ଥିତ ନବନିର୍ମିତ ଶିଶୁ ମନ୍ଦିର ପରିସରରେ ପିତାଙ୍କ ଅନ୍ତିମ ଇଛା ପୂରଣ କରିବା ପାଇଁ ନାଗରାଜ ଦୋରା ଓ ବୋହୂ କେ.ସୁନୀତା ଦୋରା ୫ ଲକ୍ଷ ଟଙ୍କା ବିନିମୟରେ ଏକ ପାଠାଗାର ନିର୍ମାଣ କରିବା ପାଇଁ ଶିଳାନ୍ୟାସ କରିଥିଲେ । ଏହି ପରିପ୍ରେକ୍ଷୀରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ମମତା ମହାପାତ୍ର ଓ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା କମିଟି ସଭ୍ୟ ଓ ସେବକ ସେବିକା ମାନେ ଉପସ୍ଥିତ ଥିବା ଜଣା ପଡିଛି ।