ବର୍ବର କାଣ୍ଡ; ଶିଶୁ କନ୍ୟାକୁ ଗଳା କାଟି ହତ୍ୟା, ବ୍ୟାଗ୍‌ରୁ ମିଳିଲା ମୃତଦେହ

0
46
ବର୍ବର କାଣ୍ଡ; ଶିଶୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ହରିୟାଣା, (୧୬/୧୧) : ହରିୟାଣାରେ ଘଟିଛି ବର୍ବର କାଣ୍ଡ । ଏକ ୩ ବର୍ଷର ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

ବଳାତ୍କାର ଉଦ୍ୟମ ବିଫଳ ହେବାରୁ ଅଭିଯୁକ୍ତ ପଡ଼ୋଶୀ ଶିଶୁକନ୍ୟାଟିର ବେକ କାଟି ତାକୁ ହତ୍ୟା କରିଛି । ଏଥିସହ ମୃତଦେହକୁ ନିଜ ବାଥ୍‌ରୁମ୍‌ରେ ଏକ ବ୍ୟାଗରେ ଲୁଚାଇ ରଖିଥିଲା । ପୁଲିସ୍‌ ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତକୁ ବାନ୍ଧିଛି । ଗତ ମଙ୍ଗଳବାରଠୁ ନାବାଳିକା ଜଣକ ନିଖୋଜ ଥିବା ବେଳେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଖୋଜାଖୋଜି କରି ଗତକାଲି ଶିଶୁଟିର ମୃତଦେହ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ବେଳେ ପଡ଼ୋଶୀଙ୍କ ବାଥ୍‌ରୁମ୍‌ରୁ ଉଦ୍ଧାର କରିଛି । ଶିଶୁଟିର ବେକରେ କ୍ଷତ ଚିହ୍ନ ଥିବାରୁ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ହତ୍ୟା କରାଯାଇଥିବା ଜଣାଯାଇଛି । ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୁଲିସ୍‌କୁ ଦେଖି ଅଭିଯୁକ୍ତ ଛାତରୁ ଡେଇଁ ଖସିଯିବାରୁ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଛି । ଅଭିଯୁକ୍ତ ଜଣକ ଆହତ ହୋଇଥିବା ବେଳେ ପୁଲିସ୍‌ ତାକୁ ବାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଛି । ସୁସ୍ଥ ହେବା ପରେ ତାକୁ ଘଟଣା ସମ୍ପର୍କରେ ପଚରାଯିବ ବୋଲି ଅଧିକାରୀ କହିଛନ୍ତି । ଅଭିଯୁକ୍ତ ଜଣକ ଶିଶୁଟିକୁ ବଳାତ୍କାର ଉଦ୍ଦେଶ୍ୟରେ ନିଜ ଘରକୁ ନେଇଥିଲେ । ମାତ୍ର ନିଜ ଉଦ୍ୟମରେ ସେ ବିଫଳ ହେବାରୁ ଉତ୍ତ୍ୟକ୍ତ ହୋଇ ଶିଶୁଟିକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।