ଯାଜପୁରରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ

0
48
ଯାଜପୁରରୁ ୨୫

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୭/୧୧) : ଡ୍ରଗ୍ସ ବେପାରୀ ଡେଣ୍ଟିଷ୍ଟ । ଯାଜପୁରରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ । ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର ।

ଏନେଇ ଯାଜପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି । ଗିରଫ ଡେଣ୍ଟିଷ୍ଟ ଜଣକ ହେଲେ ନିଗମାନନ୍ଦ ଖଟୁଆ । ସେ ଯାଜପୁର ଥାନା ମହାବୀର ବିହାରରେ କ୍ଲିନିକ କରିଥିଲେ । ମାନଙ୍କ ନିକଟରୁ ୨୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । ପଚରାଉଚରା ବେଳେ ନିଗମାନନ୍ଦ ସେମାନଙ୍କୁ ବ୍ରାଉନସୁଗର ଯୋଗାଉଥିବା ସୂଚନା ମିଳିଥିଲା ।