ସୁନ୍ଦରଗଡ଼ ରୁ ଭୁବନେଶ୍ବର ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା

0
62
ସୁନ୍ଦରଗଡ଼ରୁ ଭୁବନେଶ୍ବର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୭/୧୧) : ଟ୍ରକ୍ ଧକ୍କାରେ ୩ ଯାତ୍ରୀଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ମର୍ମନ୍ତୁଦ ଦୁର୍ଘଟଣା ।

ପ୍ରାଚୀ ନାମକ ବସ୍‌ଟି ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ଏହି ଅଘଟଣ ଘଟିଛି । କିଶୋରନଗର ବରଗାପାଲିରେ ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ଦୁର୍ଭାଗ୍ୟର ବିଷୟ ହଠାତ୍ ଏକ ଟ୍ରକ୍ ଦ୍ରୁତ ବେଗରେ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।