ପିଟି ଦେଲା ଗାଡ଼ି; ଜଣେ ମୃତ, ଜଣେ ଗୁରୁତର

0
37
ପିଟି ଦେଲା ଗାଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୮/୧୧) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ମୁଖ୍ୟ ରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l

ମୃତକଜଣଙ୍କ ହେଲେ ପାଟପୁର ଥାନା ପି. ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ୱାଇଁ (୬୫)। ଆହତଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର କୋରା ପାତ୍ର (୩୮) l ଶ୍ରୀଚନ୍ଦନପୁର ଛକ ନିକଟରେ କୋରା ପାତ୍ର ଗାଧୋଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ଏହାପରେ ଗାଡ଼ିଟି ଶ୍ରୀଚନ୍ଦନପର ଶିବ ମନ୍ଦିର ଦର୍ଶନ ସାରି ଫେରୁଥିବା ଡ଼ାକ୍ତର ସ୍ୱାଇଁଙ୍କୁ ଧକ୍କା ଦେଇଥିଲା । ଫଳରେ ଡାକ୍ତରଙ୍କର ଘଟଣା ସ୍ଥଳ ରେ ମୃତ ଘଟିଛି l ଖବର ପାଇ ସ୍ଥାନୀୟ ଲୋକ କୋରା ପାତ୍ରଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଆସିକା – ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ନିଆଁ ଲଗାଇ ରାସ୍ତା ରୋକ କରିଛନ୍ତି । ଏଥିଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।