ବିଧାୟକଙ୍କ ଦ୍ୱାରା ଗ୍ରାମୀଣ ପାଇପ ଜଳ ଯୋଗାଣ ଯୋଜନାର ତେନ୍ତୁଳୀଖୁଣ୍ଟି ଠାରେ ଭିତ୍ତିପ୍ରସ୍ତର ସ୍ଥାପନ

0
62
ବିଧାୟକଙ୍କ ଦ୍ୱାରା ଗ୍ରାମୀଣ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୮/୧୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ତେତେଲଖୁଣ୍ଟି ଗ୍ରାମରେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ଗ୍ରାମୀଣ ପାଇପ ଜଳ ଯୋଗାଣ ଯୋଜନାର ଶନିବାର ଦିନ ଭିତ୍ତିପ୍ରସ୍ତ ସ୍ଥାପନ କରିଛନ୍ତି ।Whatsapp Image 2023 11 18 At 20.31.48 (2)

ଏହି ଅବସରରେ ଯୁବା ନେତା ତଥା ପିସିସି ସଦସ୍ୟ ଅମିତ ସିଂ ସାଲୁଜା (ସେଜି), ଜିଲ୍ଲା ପରିଷଦ ଗୋପୀନାଥ ପାଣିଗ୍ରାହୀ, ସରପଞ୍ଚ ମୋତିମାଳା ବେହେରା, ପୂର୍ବତନ ସରପଞ୍ଚ କାମଦେବ ବେହେରା, ସରପଞ୍ଚ ପ୍ରତିନିଧି ସମୟ ବେହେରା, ଉପିନ ରଣା,ନୁରୁ ମହାନ୍ତି, ମେଘା ବିଭାର, ଲକ୍ଷ୍ମଣ ବାଗ, ମହେଶ୍ୱର ସାହୁ, ଈଶ୍ୱର ଭାଟି, ପତରଙ୍ଗୀ ମାଝୀ, ବନିତା ବେହେରା, ଗୋବିନ୍ଦ ନାଗ, ପିଟନ ସାହୁ, କଂଗ୍ରେସ କାର୍ଯ୍ୟକର୍ତ୍ତା ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଭିତ୍ତି ପ୍ରସ୍ତର ଖବର ପ୍ରସାରିତ ହେଲାପରେ ଅଞ୍ଚଳବାସୀ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇବା ସହିତ ଖୁଶିବ୍ୟକ୍ତ କରିଥିଲେ ।