୧୮ ବଂଡଲ ବିଦ୍ୟୁତ ତାର ଚୋରୀ ଯୋଜନା ପଣ୍ଡ , ୬ ଅଭିଯୁକ୍ତ ଗିରଫ

0
52
୧୮ ବଂଡଲ ବିଦ୍ୟୁତ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ବିଶାଲପାଲି – ଗୋଡ଼ଭାଗା ରାସ୍ତାର କଦଳୀପାଳି ନିକଟରୁ ୧୮ ବଂଡଲ ବିଦ୍ୟୁତ ତାର ଜବତ ସହ ୬ ଜଣ ଅଭିଯୁକ୍ତକୁ ବିନିକା ପୁଲିସ ଗିରଫ କରିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି lWhatsapp Image 2023 11 20 At 19.56.43

ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାବୁ କଂଗ ଓରାଫ(alias) ସରଫରାଜ ଖାନ , ରାଧାକାନ୍ତ ପାଇକା, ମାନସ ବେସନ, କବିର ମୁଣ୍ଡା, ହେମନ୍ତ ସୁନା ଏବଂ ଜଗଦୀଶ ରୋହିଦାସ ବୋଲି ଜଣାପଡିଛି l ଏହି ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲାର ଅଟନ୍ତି l ଏସପିଙ୍କ ସୂଚନା ଅନୁସାରେ ବିନିକା ପୁଲିସ ଵିଶାଲପାଲି – ଗୋଡ଼ଭାଗା ରାସ୍ତାରେ ପେଟ୍ରୋଲିଂ କରୁଥିଲା l ସେହି ସମୟରେ କଦଳୀପାଲି ନିକଟରେ ବିଦ୍ୟୁତ ତାର କାଟି ଚୋରି କରାଯାଉଥିବା ଖବର ପାଇଥିଲା l ବିନିକା ଥାନା ଆଇଆଇସି ସାରଙ୍ଗ ପାଣିଗ୍ରାହୀଙ୍କ ନେତୃତ୍ୱରେ ଷ୍ଟାଫ ଉକ୍ତ ସ୍ଥାନରେ ଚଢ଼ାଉକରିଥିଲେ l ଚଢ଼ାଉ ସମୟରେ ସେଠାରୁ ୧୮ବଣ୍ଡଳ ବିଦ୍ୟୁତ ତାର ସହ ଗୋଟିଏ ପିକଅପ No OD 15V O207, ଏବଂ ଗୋଟିଏ ବୋଲେରୋ No OD 15 B 5356 ଜବତ କରିବା ସହ ୬ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ l

ତେବେ ଘଟଣା ସ୍ଥଳରୁ ଅନ୍ୟ ୫ଜଣ ଅଭିଯୁକ୍ତ ଫେରାର ମାରିଥିଲେ l ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ପିସ୍ତଲ , ଦୁଇଟି ଜୀବନ୍ତ ଗୁଳି, ଦୁଇଟି କଟର, ୫ଟି ମୋବାଇଲ, ଦୁଇଟି ଛୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି l ଏନେଇ ବିନିକା ଥାନାରେ Case No 259/ dt 20/11/23 ଅନୁସାରେ ମକଦ୍ଦମା ରୁଜ୍ଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ତେବେ ଫେରାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ଚି଼ହ୍ନଟ କରାଯାଇଥିବା ବେଳେ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ମୁଖ୍ୟ ଅଭିଯୁକ୍ତ ବାବୁ କଂଗ ଓରାଫ ସରଫରାଜ ଖାନ ନାମରେ ବିଭିନ୍ନ ଥାନାରେ ୪୭ଟି ଅପରାଧିକ ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି l