ସୁବର୍ଣ୍ଣପୁର ରେ କାଳୀପୂଜା

13
50
ସୁବର୍ଣ୍ଣପୁର ରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୧୧) : ଗତ କାଲି ବିଳମ୍ବିତ ରାତିରେ ସୋନପୁର ମଝିପଡ଼ା ଓ ମହାରଣା ପଡା ଠାରେ ସାର୍ବଜନୀନ ମହାକାଳୀ ପୂଜା ଆରମ୍ଭ ହୋଇଯାଇଛି l

ରାତି ୧୦ ଟା ବେଳେ ସ୍ଥାନୀୟ ମହାନଦୀ ଦଶମତୀ ଘାଟରେ ମା ଗଙ୍ଗା ଙ୍କୁ ପୂଜାର୍ଚ୍ଚନା କରିବା ପରେ ପୂଜା କମିଟିର ସଦସ୍ୟଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ପୂଜା ମଣ୍ଡପରେ ପହଞ୍ଚିଥିଲା l ମଝିପଡା ରାମଧୁନ କ୍ଲବ ପକ୍ଷରୁ ଆୟୋଜିତ କାଳୀପୂଜାରେ ପଦ୍ମନାଭ ପାଢ଼ୀ ସସ୍ତ୍ରୀକ କର୍ତ୍ତା ଭାବେ ପୂଜାରେ ଭାଗ ନେଇଥିବା ବେଳେ ବୁଲୁ ପୁରୋହିତ ରୀତି ନୀତିରେ ମା କାଳୀଙ୍କ ପୂଜା ଓ ଯଜ୍ଞ ପରିଚାଳନା କରିଥିଲେ l

ପ୍ରକାଶଯୋଗ୍ୟ ଯେ ଦୀର୍ଘ ୫୫ ବର୍ଷ ଧରି ସୋନପୁର ରାମ ଧୁନ କ୍ଲବ ଦ୍ୱାରା ଆୟୋଜିତ ମଝିପଡ଼ାର ଏହି କାଳୀ ପୂଜାରେ ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟ ଲୋକେ ଏକାଠି ଉତ୍ସବ ମନାଉଥିବା ଯୋଗୁଁ ସହରରେ ଏହିପରି ଭାଇଚାରାକୁ ସମସ୍ତେ ପ୍ରଶଂସା କରିବା ଦେଖାଯାଇଛି l ସେହିପରି କାଲିଠାରୁ ମାଁ ଲକ୍ଷ୍ମୀଙ୍କ ପୂଜନୋତ୍ସବ ମଧ୍ୟ ସହରର ନୂଆପଡ଼ା ଓ ନୂଆ ମାଲିପଡା ଠାରେ ଅନେକ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି । ଆଜି ସମସ୍ତ ପୂଜା ପେଣ୍ଡାଲରେ ଅନେକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

13 COMMENTS

Comments are closed.