ମା ମାର୍କମା+୩ ମହାବିଦ୍ୟାଳୟରେ (ନୂଆ-ଓ)ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

0
39
ମା ମାର୍କମା+୩

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୧/୧୧) : ବିଷମକଟକ ମା ମାର୍କମା+୩ ମହାବିଦ୍ୟାଳୟରେ (ନୂଆ-ଓ)ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।Whatsapp Image 2023 11 21 At 20.43.17 (1)

ଏହି କାର୍ଯ୍ୟକ୍ରମରେ ବିଷମକଟକର ବରିଷ୍ଠ ଆଇନଜୀବୀ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଓ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜି ମନ୍ମଥ ରାଓ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ରଥ ଓ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାଶଙ୍କର ନେମାଲପୁରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସରକାରଙ୍କ ଏହି ନୂଆ-ଓ ଯୋଜନାକୁ ସମସ୍ତେ ପ୍ରଶଂସା କରିବା ସହ ସମସ୍ତ ଛାତ୍ରଛାତ୍ରୀ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ । ଏହା ଦ୍ଵାରା ଯୁବ ପ୍ରତିଭାର ବିକାଶ ହେବା ସହ ସେମାନଙ୍କ ପାଠ ପଢା ସହ କ୍ରୀଡା, ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ।

ଆଜି ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲିବ ଏବଂ ଦୌଡ଼ ପ୍ରତିଯୋଗିତା ଗୁଡିକ ଡିସେମ୍ବର ୧୩ ତାରିଖରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଧ୍ୟକ୍ଷ ଡ଼ଃ ଅଶ୍ୱିନୀ କୁମାର ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ଇଂରାଜୀ ଅଧ୍ୟାପକ ସଂଜୟ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ପାଳିତ ହୋଇଛି । ପ୍ରାୟତଃ ସମସ୍ତ ଛାତ୍ରଛାତ୍ରୀ ଉତ୍ସ।ହ ର ସହ ଯୋଗ ଦେଇଛନ୍ତି ଏବଂ ସରକାର ଏହିପରି କାର୍ଯ୍ୟକ୍ରମ ପ୍ରତିବର୍ଷ କରିଲେ ଛାତ୍ରଛାତ୍ରୀ ମାନେ ଅଧିକ ଉତ୍ସ।ହିତ ହେବେ ବୋଲି ମତ ପ୍ରକାଶ ପାଇଛି ।