ଯୁବକଙ୍କ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ

0
74
ଯୁବକଙ୍କ ବାଇକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୧୧) : ଯୁବକଙ୍କ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ ।Whatsapp Image 2023 11 21 At 18.56.28

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋରପା ପଞ୍ଚାୟତର ସିଙ୍ଗାପଠା ଗ୍ରାମର ମହିଳା ସିନାମୀ କାଡ୍ରାକା (୫୦) ସ୍ୱାମୀ ଶିରି କାଡ୍ରାକା ସୂଚନା ଅନୁଯାୟୀ ଆଜି ସକାଳେ ମହିଳା ଜଣକ ଦାନ୍ତ ଓ କାନ ବଥା ହେବାରୁ ସୁଲିପଦର ଏକ ବୋଇଦ ନିକଟକୁ ଚେର ମୂଲି ଔଷଧ ପାଇଁ ଆସିଥିଲା, ଚେର ମୂଲି ଔଷଧ ନେଇ ଫେରୁଥିବା ସମୟରେ ଅଜୟଗଡ ରାଣୀ ପଦର ମଧ୍ୟରେ ଧକ୍କା ଦେଇଥିଲେ । ରାଣୀ ପଦରରୁ ଦୁଇ ଜଣ ଯୁବକ କାମେଶ୍ୱର କାଡ୍ରକା ଓ ଦନ ନାଛିକା, ବାଇକ ଯୋଗେ ଦ୍ରୁତ ଗତିରେ ଆସି ମହିଳାଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ମହିଳା ଅଚେତ ହୋଇ ଯିବାରୁ ପାଖ ଲଟା ଭିତରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଏହି ଦୁଇ ଜଣ ଯୁବକ କମେଶ୍ୱର କାଡ୍ରକା ଙ୍କ ଘର ସୁନଖଣ୍ଡି ପଞ୍ଚାୟତ ର ନନ୍ଦେନି ଗାଁ ହୋଇଥିବା ବେଳେ ଶଶୁର ଘର ରାଣିପାଦର ।

ସେହି ଗାଁ’ର ଦନ ନାଛିକାଙ୍କ ସହ ମିଶି କରପା ଆସୁଥିବା ସମୟରେ ଉକ୍ତ ଘଟଣା ଟି ଘଟି ଥିବା ଜଣା ପଡ଼ିଛି । ଆଜି ମଙ୍ଗଳବାର ସାପ୍ତାହିକ ହାଟ ହୋଇଥିବାରୁ ବଜାର ଯାଇ ଫେରିବା ବେଳେ କିଛି ଲୋକ ମର ଶରୀରକୁ ଲଟା ଭିତରେ ପଡି ଥିବାର ଦେଖି ଚର୍ଚ୍ଚା ହେବାରୁ ଅଖା ପାଖ ଗାଁ ଲୋକେ ରୁଣ୍ଡ ହୋଇ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଏସ ଆଇ ସଞ୍ଜୟ ମୂର୍ମୁ ତାଙ୍କ ଦଳ ସହ ପହଞ୍ଚି ତଦନ୍ତ କରୁଥିବା ବେଳେ ବାଇକ ଚାଳକ ମାନେ ପୋଲିସ ପାଖରେ ସାଲେଣ୍ଡର ହୋଇଥିବା ଏସ ଆଇ ମୂର୍ମୁ ସୂଚନା ଦେଇଛନ୍ତି । ଉକ୍ତ ମୃତ୍ୟୁ ମହିଳାଙ୍କୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛନ୍ତି ।