ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

0
37
ବ୍ଲକସ୍ତରୀୟ ଭୀମଭୋଇ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୩/୧୧) : ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ୍ ତାଣ୍ଡିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ, ଡିଏସ୍‌ଏସ୍‌ଓ ମଦନଜିତ ହୋତା, ସିଡ଼ିପିଓ ସୁପ୍ରଭା ମହାପାତ୍ର, ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ସାବିତ୍ରୀ ମହାନନ୍ଦ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଡାକ୍ତର ରୂପେ ଡ. ସୁନୀତା ହୋତା, ଡ. ଯଦୁମଣି ନାୟକ, ଡ. ଅନିଲ କୁମାର ନାୟକ, ଡ. ଜୟଶଙ୍କର ମିଶ୍ର ଓ ଡ. କମଳାକାନ୍ତ ସାହୁ ଯୋଗ ଦେଇଥିଲେ । ଶିବିରରେ ୨୨୦ଜଣ ଚଳନ ଶକ୍ତି ବାଧିତ, ୭୦ଜଣ ଶ୍ରବଣ ଶକ୍ତି ବାଧିତ, ୩୮ଜଣ ଦୃଷ୍ଟି ଶକ୍ତି ବାଧିତ, ୩୨ଜଣ ମାନସିକ ଅନଗ୍ରସର, ୩୦ଜଣ ଅନ୍ୟାନ୍ୟ, ୪୫ ଜଣଙ୍କୁ ମୋବାଇଲ ମେଡିକେୟାର, ୪୭ଜଣଙ୍କୁ ସ୍ଵତନ୍ତ୍ର ଉପକରଣ ଓ ୩୮ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ସାମିଲ ସହ ମୋଟ ୫୨୦ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ପଞ୍ଜିକରଣ ସହ ସାର୍ଟିଫିକେଟ ପ୍ରଦାନ ଓ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିବା ଜଣାପଡିଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଏ ରାଜକିଶୋର ସିଂ ବାବୁ, ଜୁନିୟର ଆସିଷ୍ଟାଣ୍ଟ ସୌମ୍ୟରଞ୍ଜନ ଦେହୁରୀଙ୍କ ସହ ଅନ୍ୟ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ । ବିପିଏମ ଡ଼ ଗୋପାଳକୃଷ୍ଣ ଦୀପ ସଞ୍ଚାଳନ କରିଥିବାବେଳେ ବିଏସଏସଓ ରିଙ୍କୁ ମେହେର ଧନ୍ୟବାଦ ଦେଇଥିଲେ ।