ନୁଆଁଖାଇ ପାଇଁ ଆଜି ପଶ୍ଚିମ ଓଡିଶା ଚଳଚଞ୍ଚଳ ଓ଼ ମୁଖରିତ

0
227

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୧/୦୯) : ଆଜି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ | ନୁଆଁଖାଇ ପାଇଁ ଆଜି ପ୍ରତ୍ୟେକ ଅଂଚଳର ଅଧିଷ୍ଠାତ୍ରୀ ଦେବାଦେବୀ,ପୀଠ, ମନ୍ଦିର, ପୁର ପଲ୍ଲୀ, ମହମହ ବାସ୍ନା ରେ ଚତୁର୍ପାଶ୍ୱ ବିମୋହିତ କରିଦେଉଛି | ନୂଆବର୍ଷ ର ନୂଆଧାନ ରୁ ତିଆରି ଭୋଗ ଦେବଦେବୀ ଙ୍କ ପାଖରେ ଲାଗି ହେଲା ପରେ ପ୍ରସାଦ ସେବନ କରନ୍ତି ସମସ୍ତେ |0cb13d5f 2e85 4049 aa8c 51403efe1844 ନୁଆଁଖାଇ ପାଇଁ ଆଜି ପଶ୍ଚିମ ଓଡିଶା ଚଳଚଞ୍ଚଳ ଓ଼ ମୁଖରିତ

ନୁଆଁଖାଇ ପାଇଁ ଆଜି ବୌଦ୍ଧ ର ମା ଇଷ୍ଠଦ୍ଧାତ୍ରୀ ଦେବି ମା ଭୈରବୀ, ସମ୍ବଲପୁର ର ମା ସମଲେଶ୍ୱରୀ, ସୋନପୁର ର ମା ସୁରେଶ୍ୱରୀ, ବଲାଙ୍ଗୀର ର ମା ପାଟଣେଶ୍ୱରୀ, ବରଗଡ଼, ଝାରସୁଗୁଡା, ଓ଼ ସମସ୍ତ ପୀଠ ଗୁଡିକରେ ଆଗ ନବାନ୍ହ ଲାଗିଲା ପରେ ଘର ଥିବା ଇଷ୍ଟ ଦେବୀଙ୍କ ପୂଜା ଅର୍ଚନା କରି ସମସ୍ତେ ଏକତ୍ରିତ ହୋଇ ନୁଆଁଖାଇ ପର୍ବ ପାଳିନ କରନ୍ତି | ଏହାକୁ ଭାଇଚାରାର ପର୍ବ ବୋଲି ମଧ୍ୟ କୁହାଯାଏ | ନିଜନିଜ ଭିତରେ ଥିବା ମନ ମାଳିନ, ରାଗ, ରୋଷ କୁ ପଛରେ ପକାଇ ଆଜି ଦିନରେ ସମସ୍ତେ ଶୁଭ ମାନାସନ୍ତି ଓ଼ ଶୁଭକାମନା କରନ୍ତି |

ଦୁରଦୂରାନ୍ତ ରେ ଯେହିବି ଥାଉ ଏହି ନୁଆଁଖାଇରେ ସମସ୍ତେ ଘରୁକୁ ଆସନ୍ତି | ନୁଆଁଖାଇ ସରିଲା ପରେ ଗୁରୁଜନ ମାନଙ୍କୁ ଆଶୀର୍ବାଦ ମାଗି ନୁଆଁଖାଇ ଜୁହାର ଭେଟଘାଟ ପର୍ବ ପାଳିତ କରାଯାଏ | କିଛି କିଛି ସ୍ଥାନରେ ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼ ଆଦିଜାଗାରେ ସାନ୍ଧ୍ୟରେ ନୁଆଁଖାଇ ଭେଟଘାଟର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ | କିନ୍ତୁ କୋଭିଡ ନିୟମ ଅନୁଯାଇ ଚଳିତବର୍ଷ ମଧ୍ୟ କଟକଣା ଭିତରେ ନୁଆଁଖାଇ ପର୍ବ ମହାଆ ନନ୍ଦରେ ପାଳିତ ହେଉଛି |