ନୁଆଁଖାଇ ଅବସରରେ ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନର ଭରଚୁଆଲ ବୈଠକ

0
219

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୧/୦୯) : ନୁଆଁଖାଇ ଅବସରରେ ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ଓଡ଼ିଶା ର ଭର୍ଚୁଆଲ ମୋଡ୍ ରେ ବୈଠକ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩.୩୦ମିନିଟ ସମୟରେ ଦୁଇ ଘଣ୍ଟା ପାଇଁ ଅନୁଷ୍ଠିତ ହୋଇଯାଇଅଛି ।abf3275e e3dc 48f2 8fda 05b2f9bb0988 ନୁଆଁଖାଇ ଅବସରରେ ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନର ଭରଚୁଆଲ ବୈଠକ

ନୁଆଁଖାଇ ଅବସରରେ ଏହି ବୈଠକରେ ରାଜ୍ୟ ସଂଗଠନର ସଂଗଠନ ସଂପାଦକ ତଥା ଢେଙ୍କାନାଳ ଜିଲ୍ଲାର ରାଜ୍ୟ ସଂଗଠନ ପର୍ଯ୍ୟବେକ୍ଷକ ହରିହର ସାହୁ, ଢେଙ୍କାନାଳ ଜିଲ୍ଲାର ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକ, ଉପେନ୍ଦ୍ର ନାରାୟଣ ଶତପଥୀ, ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତି ର୍ମୟୀ ନାଥ ଓ ବୌଦ୍ଧରୁ ବସନ୍ତ କୁମାର ସାହୁ ଙ୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୨୩ଜଣ ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇଟି ଇଙ୍କ୍ରିମେଣ୍ଟ ଦେବା ସହ ସରକାରୀ ସେବାକାଳ ଦୁଇବର୍ଷ ବଢାଯିବା ସହିତ ପ୍ରତ୍ୟେକ ଶିକ୍ଷା କ୍ଷେତ୍ରରେ ଓ ରାଜ୍ୟସ୍ତରୀୟ ବିଭିନ୍ନ ଶିକ୍ଷା କମିଟିରେ ଅଗ୍ରାଧିକାର ଭିତ୍ତିରେ ସାମିଲ କରିବା ପାଇଁ ସରକାରଙ୍କ ସଦୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଜ୍ୟ ସଂଗଠନ ସଂପାଦକ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା ।