ସୋସିଆଲ ମିଡ଼ିଆ, ଫେସବୁକ ଓ ଇନଷ୍ଟଗ୍ରାମ ବ୍ୟବହାର ପାଇଁ ରାୟଗଡା ଜିଲ୍ଲାକୁ ତୃତୀୟ ପୁରସ୍କାର

0
42
ସୋସିଆଲ ମିଡ଼ିଆ,

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୧୧) : ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମ ଯଥା ଫେସବୁକ, ଇନ୍ଷ୍ଟଗ୍ରାମ ଓ ଟ୍ୱିଟରରେ ବ୍ୟବହାର ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମ ବହୁଳ ପ୍ରଚାର ପ୍ରସାର ଏବଂ ଲୋକାଭିମୁଖୀ ହେବାର ପ୍ରୟାସ ନିମନ୍ତେ ଜିଲ୍ଲାପରିଷଦର ସମସ୍ତ ସମସ୍ତ ୩୦ଗୋଟି ଜିଲ୍ଲାପରିଷଦରୁ ରାୟଗଡା ଜିଲ୍ଲାକୁ ରାଜ୍ୟ ସରକାର ତୃତୀୟ ପୁରସ୍କାର ପ୍ରଦାନ କରିଛନ୍ତି lWhatsapp Image 2023 11 23 At 07.17.49

ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାରକୁ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ନିହାର ରଞ୍ଜନ କହଁର ଗ୍ରହଣ କରିଥିଲେ l ଏହା ସହିତ ଅନୁରୂପ ଭାବରେ ରାଜ୍ୟର ୧୦ଗୋଟି ବ୍ଲକ ମଧ୍ୟ୍ୟରୁ ରାୟଗଡ ଜିଲ୍ଲାର ମୁନିଗୁଡା ଓ ଗୁଣୁପୁର ବ୍ଲକକୁ ପୁରସ୍କୃତ କରାଯାଇଛି l ଗତ ୧୮/୧୧/୨୦୨୩ ରେ ସିଡିଓ ଓ ବିଡ଼ିଓ ମାନଙ୍କ ରାଜ୍ୟ ସମିଳନୀରେ ପୁରସ୍କୃତ କରାଯାଇଥିଲା l