ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ପଞ୍ଚରାତ୍ର ଅନୁଷ୍ଠିତ

8
63
ରାୟଗଡା ଶ୍ରଦ୍ଧା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୧୧) : ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର ଦିଗରେ ରାୟଗଡା ଜଗନ୍ନାଥ ସଂସ୍କୃତି ପରିଷଦ ଏହି କାର୍ଯ୍ୟକ୍ରମ ଆୟଜନ କରିଛନ୍ତି ।Whatsapp Image 2023 11 17 At 18.51.14

ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ପଞ୍ଚରାତ୍ର ଅନୁଷ୍ଠିତ । ଏହି ପ୍ରବଚନ ମାଧ୍ୟମରେ ଜନ ମାନସଙ୍କୁ ଜଗନ୍ନାଥଙ୍କ ମହିମା ଓ ଆଧ୍ୟାତ୍ମିକ ପ୍ରଗତିରେ ନିଜର ଉନ୍ନତି କିପରି ହୋଇ ପାରିବ ସେହି ଦିଗକୁ ଗୁରୁତ୍ୱ ଦେବା ସହ, ପୁରାଣ ଶାସ୍ତ୍ର ମାଧ୍ଯମରେ ଲୋକେ ଯେପରି ହିନ୍ଦୁ ଧର୍ମର ବିଶେଷତ୍ଵ କୁ ବୁଝି ପାରିବେ ସେ ନେଇ ଏହି ଜଗନ୍ନାଥ ପଞ୍ଚରାତ୍ର ଏକ ପ୍ରୟାସ । ଏହି ପଞ୍ଚରାତ୍ରରେ ସୁଦୂର ଭୁବନେଶ୍ୱରରୁ ଆସିଥିବା ପ୍ରବଚକ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ସ୍କନ୍ଦ ପୁରାଣର ବର୍ଣ୍ଣନା ଏବଂ ମାହାତ୍ମ୍ୟ ଉପରେ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳୁଛି । ଶାସ୍ତ୍ରରେ କଥା ଅଛି ମହାଦେବ ଶିବ ପାର୍ବତୀଙ୍କୁ କଳିଯୁଗରେ ଶ୍ରୀ ନାରାୟଣ ଜଗନ୍ନାଥ ଦାରୁ ରୁପରେ କେଉଁଠି, କିପରି ଓ କେଉଁଭଳୀ ପୁଜା ପାଇବେ ଓ ତାଙ୍କ ଲୀଳା ଖେଳା ବିଷୟ ଆଲୋଚନା କରୁଥିବା ସମୟରେ ସ୍କନ୍ଦ ଅର୍ଥାତ୍ କାର୍ତ୍ତିକ ମଧ୍ୟ ଏହିସବୁ ଶୁଣିଥିଲେ ଏବଂ ପର ମୁହୂର୍ତ୍ତରେ ଯୋମିନୀ ଋଷି ମହାଦେବ ଓ ପାର୍ବତୀଙ୍କୁ ଜଗନ୍ନାଥ ଙ୍କ ସମ୍ବାଦ ପଚାରି ଥିଲେ ।

ମହାଦେବଙ୍କ ନିର୍ଦ୍ଧେଶରେ ସ୍ଵୟଂ ସ୍କନ୍ଦ ଅର୍ଥାତ୍ କାର୍ତ୍ତିକ ଭଗବାନ ଜଗନ୍ନାଥ ଙ୍କ ଲୀଳା ବିସୟରେ ସଂପୂର୍ଣ୍ଣ କଥା କହିଥିଲେ ଯାହା ଯୋମିନୀ ଋଷି ଲେଖିଥିଲେ ଯାହା ଆଜି ସ୍କନ୍ଦ ପୁରାଣ ରୁପରେ ସାରା ବିଶ୍ୱରେ ପରିଚିତ । ଏହିଭଳି ପବିତ୍ର କାର୍ଯ୍ୟକ୍ରମ ରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଭକ୍ତ ଙ୍କ ପାଇଁ ଛୋଟ ହୋଇ ଯାଇଛି । ସ୍କନ୍ଦ ପୁରାଣ କଥା ଶୁଣିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ଏହି ପଞ୍ଚରାତ୍ର ପାଞ୍ଚ ଦିନ ଧରି ଚାଲିବ ଅର୍ଥାତ୍ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହୋଇ ୧୯ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି ।

ରାୟଗଡା ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା ଓ ସଂପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ (ବାପି) ଙ୍କ କହିବା ଅନୁଯାୟୀ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଭକ୍ତି ଭାବକୁ ବୃଦ୍ଧି କରିବା ଓ ଜଗନ୍ନାଥ ଙ୍କ ପାଇଁ ଯାହା ଦାୟିତ୍ଵ ମିଳିଛି ତାହା ପାଳନ କରିବା ସହ ଜନ ସାଧାରଣ ଙ୍କ ନେତୃତ୍ଵ ଓ ସହଯୋଗ ରେ ବହୁଳ ମାତ୍ରାରେ ଜଗନ୍ନାଥ ସଂସ୍କୃତି ର ପ୍ରଚାର୍ ପ୍ରସାର କରିବା ଏବଂ ଆରାଧ୍ୟ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଭକ୍ତି ଭାବକୁ ବୃଦ୍ଧି କରି ସମଗ୍ର ବିଶ୍ୱରେ ସର୍ବ ମାନ୍ୟ କରାଇବା ଆମ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ।

8 COMMENTS

Comments are closed.