୯୮ତମ ସତ୍ୟ ସାଇବାବାଙ୍କ ଜନ୍ମଜୟନ୍ତି ପାଳିତ

0
133
୯୮ତମ ସତ୍ୟ ସାଇବାବାଙ୍କ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସତ୍ୟସାଇବାବାଙ୍କ ମନ୍ଦିରରେ ବାବାଙ୍କ ୯୮ ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି ।

ସତ୍ୟ ସାଇବାବାଙ୍କ ଜୟନ୍ତୀ ଉପଲକ୍ଷେ ଆବାହକ ସାଙ୍ଗମ ନୀଳକଣ୍ଠଙ୍କ ନେତୃତ୍ବରେ ଯୁବ ଆବାହକ ଶିଲା ନିରଞ୍ଜନ ଏବଂ ମହିଳା ଆବାହିକା ପ୍ରମିଳା ପଟ୍ଟନାୟକଙ୍କ ଦ୍ୱାରା ଚଳିତ ମାସ ୧୯ ତାରିଖ ଠାରୁ ୨୩ ରାରିଖ ପର୍ଯ୍ୟନ୍ତ ବାବାଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ । ଜନ୍ମ ଜୟନ୍ତୀ ଅବସରରେ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ଓ କ୍ଷୀର ବଣ୍ଟନ କରିଥିଲେ । ୯୮ଜଣ ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ସାଇ ଭଜନ ଓ ସଂକୀର୍ତ୍ତନ ଉତ୍ସବ ପାଳନ କରିଛନ୍ତି ।ଏଅବସରରେ ପ୍ରାୟ ୨ ହଜାର ଲୋକଙ୍କୁ ଅର୍ଣ୍ଣପ୍ରସାଦ ବଣ୍ଟନ କରିଥିଲେ । ଏଥିରେ ଉପଦେଷ୍ଟା ଗୁଡ଼ଲା ପ୍ରସାଦ ରାଓ ଓ ସତ୍ୟ ସାଇ ବାବାଙ୍କ ଭକ୍ତ ମାନେ ବିଭିନ୍ନ ଅଞ୍ଚଳରୁ ଆସି ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।