ଲାଞ୍ଚ ଦେଇ ନ ପାରି ଉପ ଜିଲ୍ଲାପାଳଙ୍କୁ ଗୁହାରୀ କରି ନିରାଶ ହେଲେ ବୃଦ୍ଧ ରାମ ଚନ୍ଦ୍ର

0
44
ଲାଞ୍ଚ ଦେଇ ନ ପାରି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୧୧) : ମାସେ କି ଦୁଇ ମାସ ନୁହେଁ ଦୀର୍ଘ ଆଠ ମାସ ହେବ ଜଣେ ୭୦ ବର୍ଷୀୟ ବୃଦ୍ଧ ତାଙ୍କ ଘର ଜମି ସୀମା ନିର୍ଦ୍ଧାରଣ ଆବେଦନ କରିଛନ୍ତି । ହେଲେ ଦାବି ମୁତାବକ ସେ ଲାଞ୍ଚ ଟଙ୍କା ଦେଇ ନ ପାରିବାରୁ ଆଜି ସୁଦ୍ଧା ଦିନ ଗଡ଼େଇ ହଇରାଣ ହରକତ ହେଉଛନ୍ତି ।Whatsapp Image 2023 11 23 At 19.39.00

ପ୍ରକାଶ ଯେ, ଟିଟିଲାଗଡ ଥାନା ଅନ୍ତର୍ଗତ ଦେଭୂଇଁ ଗ୍ରାମର ରାମଚନ୍ଦ୍ର ନାଗ (୭୦) ନାମକ ଜଣେ ବୃଦ୍ଧ ତାଙ୍କ ଘର ମୁଖ୍ୟ ରାସ୍ତା ଅବରୋଧ ନେଇ ଗଣ୍ଡଗୋଳ ହୋଇ କଥା ଟିଟିଲାଗଡ ଥାନା ରେ ପହଞ୍ଚି ଥିଲା । ସୀମା ନିର୍ଦ୍ଧାରଣ ପାଇଁ ଟିଟିଲାଗଡ ଥାନା ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଓ ଉଭୟ ପକ୍ଷ ସେଥିରେ ରାଜି ଥିଲେ । ଏ ନେଇ ରାମଚନ୍ଦ୍ର ମୁରିବାହାଲ ତହସିଲ ରେ ଆବେଦନ କରିଥିଲେ । ୧୫ ଦିନ ମଧ୍ୟରେ ତହସିଲଦାର ଓ ଆର ଆଇ ଏ ନେଇ ନୋଟିସ ଜାରି କରିବା ବଦଳ ରେ ଉକ୍ତ ତହସିଲ କର୍ମଚାରୀ ଓ ଆର ଆଇ ପାଞ୍ଚ ହଜାର ଟଙ୍କା ମାଗିଥିଲେ । ହେଲେ କମ ଟଙ୍କା ଦେବୀ କହି ଗୁହାରୀ କରି ନିରାଶ ହୋଇ ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ଦ୍ବାରସ୍ଥ ହୋଇ ନିଜ ଅଭିଯୋଗ କରିଥିଲେ । ଥରେ କି ଦୁଇ ଥର ନୁହେଁ ପ୍ରାୟ ଚାରି ଥର ଲିଖିତ ଅଭିଯୋଗ କରିବା ଓ ଉକ୍ତ ପତ୍ର ନେଇ ମୁରିବାହାଲ୍ ତହସିଲକୁ ଯାଇ ତହସିଲଦାରଙ୍କୁ ଦେବାକୁ ସେ କହିଥିଲେ ।

ବାରମ୍ବାର ମୁରିବାହାଲ ତଥା ଆର ଆଇ ଙ୍କ କାର୍ଯ୍ୟାଳୟ କୁ ଧାଇଁ ଓଲଟା ଅଭିଯୋଗ ନେଇ ଦୁର୍ବ୍ୟବହାର ର ଶିକାର ହେବା ସାର ହେଉଛି । ଏପରିକି ନାମକୁ ମାତ୍ର ନୋଟିସ ଜାରି କରି ଦେବା ଓ ଧାର୍ଯ୍ୟ ତାରିଖ ରେ କେହି ନ ଯିବା ଓ ଦିନ ଗଡ଼େଇ ହଇରାଣ କରି ଆସୁଥିବା ବେଳେ ଅପର ପକ୍ଷରୁ ମୋଟା ଅଙ୍କ ର ଅର୍ଥ ଆଦାୟ କରି ଏଭଳି ଅବସ୍ଥା ଭୋଗିବା ରାମଚନ୍ଦ୍ର ଦୁଃଖ ର ସହକାରେ ପ୍ରକାଶ କରିଛନ୍ତି । ଜଣେ ଉପ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଙ୍କୁ ନିଜ ଅଭିଯୋଗ କରିବା କଣ ଭୁଲ ହେଲା କି ?

ଏହି ତହସିଲରେ ଏଭଳି ଖୋଲମ୍,ଖୋଲା ଲାଞ୍ଚ କାରବାର ସହ ଲୋକଙ୍କୁ ହଇରାଣ, ହରକତ ସାଧାରଣ ରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । କାର୍ଯ୍ୟାଳୟ କର୍ମଚାରୀ ଙ୍କ ମନୋମୁଖୀ କାର୍ଯ୍ୟ ସହ ଲୋକଙ୍କ ଗୁହାରୀ ନ ଶୁଣି ଛୋଟ ଛୁଆ ଖେଳାଇବା, ମୋବାଇଲ୍ ରେ ଗପିବା, ଦୁଃର୍ବ୍ୟବହାର କରିବା ସାର ହେଉଛି । ଏ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି ।