ବିଦ୍ୟୁତ ଟାୱାର ଉପରେ ଚଢ଼ିଯାଇଥିଲା ମଦ୍ୟପ ; ୬୦ଫୁଟ୍ ତଳକୁ ଖସିପଡ଼ିଲା

0
44
ବିଦ୍ୟୁତ ଟାୱାର ଉପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୪/୧୧) : ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ବିଦ୍ୟୁତ ଟାୱାର ଉପରେ ଚଢ଼ି ନାଟକ ବାଜି କରୁଥିଲା ।

ଶେଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬୦ଫୁଟ ତଳକୁ ଖସିପଡି ଚାଲିଗଲା ଜୀବନ । ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲି ଚନ୍ଦ୍ରପୁର ଠାରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଲିଚନ୍ଦ୍ରପୁର ଅଞ୍ଚଳର ଘଡେଇ ସାହିର ବଇନ ଘଡେଇ । ସୂଚନା ମୁତାବକ, ବଇନ ନିଶାସକ୍ତ ଅବସ୍ଥାରେ ଗୁରୁବାର ଅପରାହ୍ନରେ ଘର ପାଖରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢି ଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ । ହେଲେ ବଇନ କାହାରି କଥା ଶୁଣି ନଥିଲେ । ପରେ ପିନ୍ଧିଥିବା ସାର୍ଟ ଖୋଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇ ତଳକୁ ଖସି ପଡ଼ିଥିଲେ । ଅଗ୍ନିଶମ ଅଧିକାରୀ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପୂର୍ବରୁ ମଧ୍ୟ ବଇନ ବାରମ୍ବାର ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।