୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଆର୍‌ଏସ୍‌

0
35
୧୫ ହଜାର ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୪/୧୧) : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ ।

ଜଣେ ଜବ୍‌ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏମ୍‌ଜିଏନ୍‌ଆରଇଜି ଯୋଜନାରେ ହୋଇଥିବା ଏକ କାମର ମଷ୍ଟର ରୋଲ ପ୍ରସ୍ତୁତ କରିବା ଓ ଉକ୍ତ ଜବ୍‌ କାର୍ଡଧାରୀଙ୍କ ସମେତ ଅନ୍ୟ ଜବ୍‌ କାର୍ଡଧାରୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇ ପାରିବେ, ତାହା ନିଶ୍ଚିତ କରିବାକୁ ଜିଆରଏସ୍ ମାରଗ୍ରେଟ୍ ପାଣିଗ୍ରାହୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଭିଜିଲାନ୍ସ ଅଧିକାରୀମାନେ ଜିଆରଏସ୍‌ ଶ୍ରୀମତୀ ପାଣିଗ୍ରାହୀଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି । ଏହା ପରେ ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଅନ୍ୟପକ୍ଷରେ ମାରଗ୍ରେଟ୍ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଲାଞ୍ଚ ନେଇ ନାହାନ୍ତି । ଅଭିଯୋଗକାରୀ ତାଙ୍କୁ ଜୋର କରି ଟଙ୍କା ଦେଇଥିଲେ । କେତେ ଟଙ୍କା ଥିଲା ତାହା ମଧ୍ୟ ସେ ଜାଣି ନାହାନ୍ତି ।