ବ୍ଲକ ସ୍ତରୀୟ ସମ୍ବିଧାନ ଦିବସ ପାଳିତ ଏସଟି, ଏସସି, ପଛୁଆ ବର୍ଗଙ୍କ ସୁରକ୍ଷାକୁ ଗୁରୁତ୍ୱ

0
38
ବ୍ଲକ ସ୍ତରୀୟ ସମ୍ବିଧାନ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୭/୧୧) : ମୁରିବାହାଲ ବ୍ଲକ ସ୍ତରୀୟ ସମ୍ବିଧାନ ଦିବସ ଘଣ୍ଟାବାହାଲ ଖେଳ ପଡିଆରେ ପାଳିତ ହୋଇଯାଇଛି ।Whatsapp Image 2023 11 28 At 12.44.31

ଭୀମ ଆର୍ମି ବ୍ଲକ ସଭାପତି ସୁରେନ୍ଦ୍ର ଛୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନ ସୁନ୍ଦର ସିଂ ଭୋଇ ଯୋଗଦେଇ ଥିଲେ । ବୁଦ୍ଧ ଦେବ ଓ ବାବା ସାହେବ ଆମ୍ବେଦକର ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରି ସମ୍ବିଧାନ ଦିବସ ପାଳନ ମହତ୍ୱ ବିଷୟରେ କହିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ସୁରେଶ ବାଗ, ଶିକ୍ଷକ ମୁଖାରମ ବାଗ, ଜିତେନ୍ଦ୍ରିୟ ହଂସ, ଲକ୍ଷେ ଘରିଆ ଗଣ୍ଡା ସମାଜ କାର୍ଯ୍ୟକାରୀ ସଭାପତି ମଦନ ମୋହନ କୁମ୍ଭାର, ଉପସଭାପତି ବିଭୀଷଣ ମହାନନ୍ଦ, ଅନନ୍ତ ଛୁରା, ପ୍ରମୁଖ ମଞ୍ଚାସିନ ଥିଲେ ।

ଶିକ୍ଷା ପ୍ରତି ଗୁରୁତ୍ୱ ଦେବା, ନାରୀମାନଙ୍କୁ ମୁଖ୍ୟସ୍ରୋତରେ ଅଧିକ ମାତ୍ରାରେ ସାମିଲ କରିବା ସହ ସମ୍ବିଧାନ ବିଧିବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ପ୍ରତିରକ୍ଷା ବିଭାଗର ଅବସର ଅଧିକାରୀ ପ୍ରଦୀପ ତାଣ୍ଡି ସଭାରେ ଯୋଗଦେଇ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଭୀମ ଆର୍ମି ଉପଦେଷ୍ଟା ଯଶୋବନ୍ତ ମହାନନ୍ଦ ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ରାଧାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।