ଆଦିବାସୀ ନେହେରୁ ଯୁବକ ସଙ୍ଘ ତରଫରୁ ସେମିଫାଇନାଲ ଫୁଟବଲ ଖେଳ

0
40
ଆଦିବାସୀ ନେହେରୁ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୭/୧୧) : ଆଦିବାସୀ ନେହେରୁ ଯୁବକ ସଙ୍ଘ ତରଫରୁ ସେମିଫାଇନାଲ ଫୁଟବଲ ଖେଳରେ ଯୋଗଦେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ।Whatsapp Image 2023 11 28 At 12.55.00

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଯୁଗୀରତା ଗ୍ରାମ ଖେଳ ପଡିଆଠାରେ ଆଦିବାସୀ ନେହେରୁ ଯୁବକ ସଙ୍ଘ ତରଫରୁ ଆୟୋଜିତ ଫୁଟବଲ ଟୁର୍ନାମେଣ୍ଟ  ସେମିଫାଇନାଲ ରେ ମୁଖ୍ୟ ଅତିଥି ବଲାଙ୍ଗିର ଜିଲ୍ଲା ଉପାଧ୍ୟାକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (S. D. C) ଶ୍ରୀମତୀ ନିରୁପମା ମାଝୀ, ସମ୍ମାନିତ ଅତିଥି ସଇଁତଳା ମହାବିଦ୍ୟାଳୟ ଅଧ୍ୟାପକ ରମେଶ ଚନ୍ଦ୍ର ବାଗ,ବିଜେଡି ଯୁବନେତା ଶ୍ରୀ ଦୈତାରୀ ଭୋଇ, ଶିକ୍ଷକ ନୃପରାଜ ଭୋଇ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଥମ ସେମିଫାଇନାଲ ମ୍ୟାଚ ଯୁଗୀରତା ଏବଂ ଦେବଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଟ୍ରାଇବେକର ଜରିଆରେ ଯୁଗୀରତା ୩-୦ ଗୋଲରେ ବିଜୟ ଲାଭ କରି ଫାଇନାଲ ପ୍ରବେଶ କରିଛନ୍ତି । ଯୁଗୀରତା ଗ୍ରାମର ଆଦିବାସୀ ନେହେରୁ ଯୁବକ ସଙ୍ଘ ସମସ୍ତ ସଦସ୍ୟ ଗ୍ରାମବାସୀ ସହଯୋଗ କରୁଛନ୍ତି । ରେଫରି ନବୀନ ମାଝୀ ଥିବାବେଳେ ଲାଇନ ମ୍ୟାନ ସୁଦାମ ସାହୁ ଓ ଯଦୁ ମାଝୀ ଅଛନ୍ତି ।