ପୁଣି ବାଘ ଆତଙ୍କ, କ୍ୟାମେରାରେ କଏଦ୍ ହେଲା ଫଟୋ

0
46
ପୁଣି ବାଘ ଆତଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୨୮/୧୧) : ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ବାଘ ଆତଙ୍କ । କିଛ ଦିନ ଧରି ମହାବଳ ବାଘକୁ ନେଇ ଏହି ଅଞ୍ଚଳରେ ଆତଙ୍କ ଲାଗି ରହିଛି ।

ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର, ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଇଥିବା ବେଳେ କ୍ୟାମେରାରେ ଫଟୋ କଏଦ୍ ହୋଇଥିବା ସୁଚନା ମିଳିଛି । ସୋମବାର ସଂନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଡେଇଁ ରାୟଗଡା ଜିଲ୍ଲାର ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି । ଗୁଣୁପୁର ରେଞ୍ଜ ବନ ବିଭାଗ ସୁଚନା ପାଇବା ପରେ ରାୟଗଡା ଓ ଗଜପତି ସୀମାରେ ଥିବା ପଦ୍ମପୁରର ଡଲମା, ତବଲାଗୁଡା, ତର୍ପାଗୁଡା, ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ସଜାଗ କରାଇଛି ବନବିଭାଗ ।