ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି

0
51
ଆଜି ଭାରତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୧୧) : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଯାଉଛି ତୃତୀୟ ଟି-ଟ୍ୱେଣ୍ଟି । ପାଞ୍ଚ ଟିକିଆ ସିରିଜରେ ଭାରତ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚ୍ ହାତେଇ ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଯୁବ ବାହିନୀ ଚମକଦାର ପ୍ରଦର୍ଶନ ଜାରି ରଖିଛନ୍ତି । ବ୍ୟାଟିଂ ଲାଇନଠୁ ବୋଲିଂ ଲାଇନ୍ ସବୁଥିରେ ଷାଣିତ ପ୍ରଦର୍ଶନ ରହିଛି । ଯଶସ୍ୱୀ ଜଏସ୍ୱାଲ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଓପନିଂ ଯୋଡି ସହ ମଧ୍ୟମାରେ ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ସେହିପରି ଫିନିସଂରେ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛନ୍ତି ରିଙ୍କୁ ସିଂହ ।

ଟିମ୍ ଇଣ୍ଡିଆର ବୋଲିଂ ଲାଇନ୍ ମଧ୍ୟ ଭଲ ରହିଛି। ପ୍ରସିଦ୍ଧ କ୍ରିଷ୍ଣ ଫର୍ମକୁ ଫେରିବା ପରେ ଦଳ ମଜବୁତ ହୋଇଛି । ସେପଟେ ଅଷ୍ଟ୍ରେଲିଆ ଟିମ୍ ମଧ୍ୟ କୌଣସି ଗୁଣରେ କମ୍ ନାହିଁ। ପ୍ରାରମ୍ଭିକ ମ୍ୟାଚ୍ ହାତରୁ ଯିବା ପରେ ଦଳ ଏବେ ‘କର ବା ମର’ ପରିସ୍ଥିତିରେ ଅଛି । ତେଣୁ ଆଜି ଏକ କଡା ମୁକାବିଲା ଦେଖିବାକୁ ମିଳିପାରେ । ଅନ୍ୟପଟେ ବିଶ୍ୱକପ୍ ପରେ ବିଶ୍ରାମ ନେଇଥିବା ଶ୍ରେୟସ ଆୟର ଦଳକୁ ଫେରିଛନ୍ତି । ସେ ଋତୁରାଜ ଗାଏକ୍ୱାଡଙ୍କଠୁ ଉପଅଧିନାୟକ ଦାୟିତ୍ୱ ନେବେ । କିନ୍ତୁ ଆଜିର ମ୍ୟାଚରେ ସାମିଲ ହୋଇନପାରନ୍ତି ଆୟର । ଶେଷ ଦୁଇ ମ୍ୟାଚରେ ତିଲକ ବର୍ମାଙ୍କ ପରିବର୍ତ୍ତେ ଆୟର ଟିମରେ ସାମିଲ ହୋଇପାରନ୍ତି । ସନ୍ଧ୍ୟା ୭ ଟାରେ ଖେଳାଯିବ ମ୍ୟାଚ୍ ।