କଟକର ଐତିହାସିକ ବାଲିଯାତ୍ରା , ସନ୍ଧ୍ୟା ହେଲେ ଜମୁଛି ଭିଡ଼

1
34
କଟକର ଐତିହାସିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୯/୧୧) : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ମହାଦେଶର ସବୁଠାରୁ ବଡ଼ ଖୋଲା ଆକାଶ ବାଣିଜ୍ୟ ମେଳା ବୁଲି ମଜା ଦେଉଛନ୍ତି ଦର୍ଶକ ।

ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ଼ । ତେବେ ଏହାକୁ ଅଧିକ ଆକର୍ଷଣ କରିଛି ବାଲୁକା କଳା ପ୍ରଦର୍ଶନ । ଦର୍ଶକଙ୍କ ମନ ମୋହିବା ପାଇଁ ବାଲିଯାତ୍ରାରେ ଝଟକୁଛି ବାଲୁକା କଳା । ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଲୋକାଭିମୁଖୀ କରିବା ପାଇଁ ଚଳିତବର୍ଷ ବାଲିଯାତ୍ରାରେ ବାଲୁକା ଶିଳ୍ପ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । ୩୦୦ ଟନ ବାଲିରେ ତିଆରି ହୋଇଛି ସୁନ୍ଦର ବାଲୁକା କଳା । ୩୫ ଫୁଟ ଉଚ୍ଚ ଓ ୧୦୦ ଫୁଟ ଲମ୍ବର ଏହି ବାଲୁକା କଳା ପାଖରେ ଅଟକି ସେଲଫି ନେଉଛନ୍ତି ଲୋକେ ।

ଏଲଇଡି ଲାଇଟରେ ଏହାକୁ ସଜା ଯାଇଥିବାରୁ ଏହା ଲୋକଙ୍କୁ ବେଶ ଆକୃଷ୍ଠ କରୁଛି । ବାଲିଯାତ୍ରାର ଆଉ ଏକ ଆକର୍ଷଣ ହେଉଛି ଉତ୍କଳର ପୁରୁଣା ଗାଥାକୁ ବହନ କରୁଥିବା ଆର୍ଟ ଗ୍ୟାଲେରୀ । ଏହି ଗ୍ୟାଲେରୀ ସ୍ଥାନ ପାଇଛି ଭଳିକି ଭଳିକି ୬୦ ଟି ଫୋଟୋ । ସେହିପରି ଅନ୍ୟ ଏକ ଆକର୍ଷଣ ହେଉଛି ସ୍ମୋକ ଆର୍ଟ । ଡିବି ଧୂଆରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣିଛନ୍ତି କଟକ ପୁଅ ଦୀପକ ବିଶ୍ବାଳ । ଯାହାକୁ ଦେଖିବା ପାଇଁ ଲାଗୁଛି ଲମ୍ବା ଲାଇନ । 8 ଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବରେ ଝଲସୁଛି କଟକ ସହର । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡିଆରେ ଜମୁଛି ଲୋକଙ୍କ ଭିଡ଼ ।

1 COMMENT

Comments are closed.