ବିଷମକଟକ ଠାରେ କଂଗ୍ରେସ ର ପଦଯାତ୍ରା

0
67
ବିଷମକଟକ ଠାରେ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୧/୧୦) : ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ରେ ଆଜି ପାଖାପାଖି ୩ ହଜାର ରୁ ଅଧିକ କଂଗ୍ରେସକର୍ମୀ ମାନଙ୍କ ଉପସ୍ଥିତିରେ ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳ ମାଧବ ହିକକାଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପିସିସି ପ୍ରଚାର କମିଟି ଅଧକ୍ଷ ଶ୍ରୀ ବିଜୟ ପଟନାୟକ ଯୋଗ ଦେଇ କଂଗ୍ରେସ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ପିସିସି ସଭାପତି ଶରତ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳ ମାଧବ ହିକକା ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀ ଙ୍କ ସହ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଜାରିରଖିଛନ୍ତି । ଅକ୍ଟୋବର ପନ୍ଦର ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖୀଥିବା ସହ ଉଭୟ ବିଜେଡି ଓ ବିଜେପି ର ଅସଲ ଚିତ୍ର ଲୋକଙ୍କ ଆଗରେ ରଖିବାକୁ ଚେଷ୍ଟା କରିବ ।

ଏହି କାର୍ଯ୍ୟକ୍ରମ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ମାଧ୍ୟମରେ ଦଳ ନିଜର ନର୍ବାଚନ ପ୍ରଚାର ଜାରିରଖିଥିବା ସହ ତୃଣମୂଳ ସ୍ଥରରେ ଲୋକଙ୍କ ପାଖରେ ପହଞ୍ଚିବା ର ଲକ୍ଷ ରଖିଥିବା କୁହାଯାଉଛି । ପୂର୍ବରୁ ପିସିସି ତରଫରୁ ବିଷମକଟକ ନିର୍ବାଚିତ ମଣ୍ଡଳୀ ତରଫରୁ ବିଧାୟକ ପ୍ରାର୍ଥୀ ପାଇଁ ସବୁଜ ସଂକେତ ମିଳିଥିଲେ ହେଁ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ନିଜର ପ୍ରାଥୀତ୍ୱ ଏବଂ ସଂଗଠନ କୁ ନୀଳ ମାଧବ ହିକକା ଆହୁରି ମଜବୁତ କରିଥିବା ଚର୍ଚ୍ଚା ହେଉଛି । କାର୍ଯ୍ୟକ୍ରମ ର ଜିଲ୍ଲା କଂଗେସ ସଭାପତି, ଗୁଣପୁର ଯୁବ କଂଗେସ ସଭାପତି ଅଭିନ।ସ ଗମାଙ୍ଗ,ଏଲ୍.ଡି.ଏମ୍ ତରଣିସେନ ଶତପଥି, ଜଗଦିଶ ମଣ୍ଡ।ଙ୍ଗି, ରୁନ । ବାଉରୀ ପ୍ରମୁଖ ଉପସ୍ଥିତ ଥିଲେ ।