ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

0
45
ଅଘୋଷିତ ବିଦ୍ୟୁତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୯/୧୧) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଟିପିସିଓଡ଼ିଏଲ ବିଦ୍ୟୁତ ଡିଭିଜନ ଅଫିସକୁ ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଆଜି ଘେରାଉ କରିଥିଲା ବିଦ୍ୟୁତ କ୍ରିୟା ନୁଷ୍ଠାନ କମିଟି ।

ସୂଚନା ମୁତାବକ ବିଦ୍ୟୁତ ବିଭାଗ ବିଭିନ୍ନ ଆଳ ଦେଖାଇ ବର୍ଷତମାମ ମନ ଇଚ୍ଛା ବିଦ୍ୟୁତ କାଟ କରୁଥିବା ବେଳେ, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେବେ ଗତ ୨ ଦିନ ହେବ ଗ୍ରୀଡ଼ ନିକଟରେ ହାତୀ ଥିବା କହି, ବିଦ୍ୟୁତ କାଟ କରିଛି ବିଦ୍ୟୁତ ବିଭାଗ । ଯାହାକୁ ନେଇ ଅଞ୍ଚଳବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେବା ସହ ଅନେକ କ୍ଷତି ସହିଛନ୍ତି । ତେବେ ଏ ନେଇ ଆଜି ବିଦ୍ୟୁତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପରଜଙ୍ଗ କାର୍ଯ୍ୟଳୟ ଘେରାଉ କରିଥିଲେ । ଯଦି ଏ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ନ ମିଳିବ । ତେବେ ଆସନ୍ତା କାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାଇ ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ।