ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ

0
35
ହାଇଦ୍ରାବାଦକୁ ଚାଲାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୩୦/୧୧) : ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ

ଉଦ୍ଧାର ଶ୍ରମିକ ମାନେ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ଏକ ଟାଟା ମ୍ୟାଜିକ ଗାଡିରେ ୨ ଦଲାଲ ଚନ୍ଦ୍ରିକା ମାଝୀ ଓ ଯଦୁମଣି ଚଳାନ କଣ୍ଟାବାଞ୍ଜି ଷ୍ଟେସନକୁ ନେଇ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ରୁ ଏକ ଛକ ରୁ ଉଦ୍ଧାର କରିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜ୍ଜୁ କରି ୨ ଦଲାଲ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବଙ୍ଗୋମୁଣ୍ଡା ପୋଲିସ । ତେବେ ଦିନ କୁ ଦିନ ବଙ୍ଗୋମୁଣ୍ଡା ଅଞ୍ଚଳରେ ଦାଦନ ଚାଲାଣର ବୃଦ୍ଧି ପାଉଛି । ରାଜ୍ୟ ସରକାର ଲୋକଙ୍କୁ କାମ ଯୋଗାଇରେ ବିଫଳ ହୋଇଛି ।