ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ ଚଢାଉ

0
38
ଅବସରପ୍ରାପ୍ତ ବନ ବିଭାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୩୦/୧୧) : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର୍ ଜଗବନ୍ଧୁ ପାଢୀ । ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢ଼ାଉ

ଅବସର ପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ । ସୁନାମସାହି ଓ ଆସିକା ବସଷ୍ଟାଣ୍ଡରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ । ସାହିର ଜଗବନ୍ଧୁ ପାଢ଼ୀ ଘରେ ଚଢ଼ାଉ ହେଉଥିବା ସୂଚନା । ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ ୧୦ ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି । ହେଲେ ଚଢ଼ାଉର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ଆୟ ବହିର୍ଭୁତ ସମ୍ପତି ଅଭିଯୋଗ ରେ ପୂର୍ବରୁ ଜଗବନ୍ଧୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ।