ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରୁଥିଲେ; ଲାଗିଲା କରେଣ୍ଟ

0
39
ବିଦ୍ୟୁତ ଖୁଣ୍ଟରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୩୦/୧୧) : ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ତଳଗୁଣ୍ଡୁଳା ଗାଁ’ରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଗୁଣ୍ଡୁଳା ଗାଁ’ର ପର୍ଶୁ ଦେହୁରୀ । ତଳ ଗୁଣ୍ଡୁଳା ଗ୍ରାମର କେନ୍ଦୁ ଦେହୁରୀଙ୍କ ଘରକୁ ବିଦ୍ୟୁତ ଆସୁନଥିଲା । ବିଦ୍ୟୁତ ଖୁଣ୍ଟରେ ସଂଯୋଗ ହୋଇଥିବା ତାର ଖସି ଯାଇଥିଲା । ଏହାର ମରାମତି ପାଇଁ କେନ୍ଦୁ ପର୍ଶୁକୁ ଡାକିଥିଲେ । ଆଜି ସକାଳେ ପର୍ଶୁ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଛାଡ଼ି ଯାଇଥିବା ତାରକୁ ସଂଯୋଗ କରୁଥିଲେ । ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ବିଦ୍ୟୁତ ଖୁଣ୍ଟରେ ଦୀର୍ଘସମୟ ଲାଗି ରହିଥିଲେ । ଗ୍ରାମବାସୀ ଏନେଇ ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେଇଥିଲେ । ବିଦ୍ୟୁତ କର୍ମଚାରୀ ପହଞ୍ଚି ଲାଇନ କାଟି ପର୍ଶୁଙ୍କୁ ଉଦ୍ଧାର କରିଥିଲେ । ପର୍ଶୁ ଗାଁ’ରେ କାହାର କିଛି ବିଦ୍ୟୁତ ଜିନିଷ ଖରାପ ହେଲେ ମରାମତି କରିଥାନ୍ତି ।