ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ !

0
38
ବିଷାକ୍ତ ଫଳ ଖାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୩୦/୧୧) : ବିଷାକ୍ତ ଫଳ ଖାଇ ୧୧ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛି । ଘଟଣା ଘଟିଛି ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ତେଲିମେଟା ଗାଁ’ରେ ।

ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୭ ଜଣ ଝିଅ ଓ ୪ ଜଣ ପୁଅ ଅଛନ୍ତି । ଗତକାଲି ଅପରାହ୍ନ ସମୟରେ ପିଲାମାନେ ଘର ନିକଟରେ ଖେଳୁଥିଲେ । ଏହି ସମୟରେ ଘର ନିକଟରେ ଥିବା ଜଙ୍ଗଲରୁ ପିଲାମାନେ କୌଣସି ଏକ ବିଷାକ୍ତ ଫଳ ତୋଳି ଖାଇ ଦେଇଥିଲେ । ସନ୍ଧ୍ୟା ବେଳେ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ପରେ ସେମାନେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । କିଛି ବିଷାକ୍ତ ଜିନିଷ ଖାଇବା ଯୋଗୁ ପିଲାମାନଙ୍କୁ ଝାଡ଼ା ବାନ୍ତି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।