ୟାମାତ୍ତାରବନ୍ନମ୍ ୨୩ ତମ ବାର୍ଷିକ ଉତ୍ସବ ପାଳିତ

0
25
ୟାମାତ୍ତାରବନ୍ନମ୍ ୨୩

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୧୨) : ଆଜି ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତ ଅଧିନସ୍ଥ ଲାଉଗୁଡା ଠାରେ ୟାମାତ୍ତାରବନ୍ନମ୍ ୨୩ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।Whatsapp Image 2023 12 01 At 17.47.23

ନାଚ, ଗିତ, ପାରମ୍ପରିକ ବାଦ୍ୟ ସହ ମନ୍ତ୍ର ଉଚ୍ଚାରଣ, ପୂଜାପାଠ ଓ ହୋମ ଯଜ୍ଞରେ ପରିବେଶ ଦୁଲୁକି ଉଠୁଥିଲା । ଏହି ଉତ୍ସବରେ ଆଖପାଖ ଅଞ୍ଚଳ ର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ଭଜନ କୀର୍ତ୍ତନ କରିଥିଲେ । ଏହି ଉତ୍ସବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଏସ୍ ଟି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର, ରାମ ପ୍ରସାଦ ଗମାଙ୍ଗ, ଲକ୍ଷ୍ମଣ ଶବର, ବଳରାମ ଶବର, ରାମ ଶବର ମଞ୍ଚାସିନ ଥିବା ବେଳେ ଅର୍ଜୁନ ଶବର, ଜଗା ବିଡ଼ିକା, ବିଶ୍ଵନାଥ ଶବର, ମଞ୍ଚ ପରିଚାଳନା କରିଥିଲେ । ଏହି ବାର୍ଷିକ ଉତ୍ସବ ସମାରୋହରେ ବିଶେଷ କରି ଶବର ଲିପି, ଭାଷା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ବ ଦେଇ କିପରି ଏହି ଆଦିମ ଜନଜାତିର ଅଗ୍ରଗତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଭାଗିରଥି ଶବର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।