ସଡ଼କ ସୁରକ୍ଷା ନିୟମର କଡାକଡି ପାଳନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

0
34
ସଡ଼କ ସୁରକ୍ଷା ନିୟମର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୧୨) : ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ରଥ ସପ୍ତାହ ବ୍ୟାପୀ ଜିଲ୍ଲାର ସମସ୍ତ ୬ ଟି ଯାକ ବ୍ଲକର ବିଭିନ୍ନ ଗ୍ରାମ ତଥା ସହର ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବ । ତତସଂଗେ ଲୋକମାନଙ୍କୁ ଟ୍ରାଫିକ ସମ୍ବନ୍ଧୀୟ ନିୟମର ପ୍ରଚାର ପତ୍ରିକା ବଣ୍ଟନ କରାଯିବ । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଶଳ ଆବାସିକ ବିଦ୍ୟାଳୟ ସୋନପୁରର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁବର୍ଣ୍ଣପୁରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସଚେତନତା ରଥ ଓ ଶୋଭାଯାତ୍ରାକୁ ସହର ପରିକ୍ରମା କରାଇଥିଲେ ।

ଡିସେମ୍ବର ୧ ତାରିଖ ରୁ ୭ ଡିସେମ୍ବର ମଧ୍ୟରେ ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ପାଇଁ ସମସ୍ତ ଜିଲ୍ଲାବାସୀ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀ ରାୟ ପରାମର୍ଶ ଦେଇଛନ୍ତି । ତତ ସହ ଏହି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ବିଭାଗୀୟ ଦାୟିତ୍ୱ ର ସୁ ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ପରାମର୍ଶ ଦେଇଛନ୍ତି ।