ଗଣବଳାତ୍କାର ପରେ ହତ୍ୟା : ବଡ଼ ଭାଇ ସମେତ ୪ ଗିରଫ

0
30
ଗଣବଳାତ୍କାର ପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୩/୧୨) : ନିଜ ରକ୍ତର ଭଉଣୀକୁ ସାଙ୍ଗମାନଙ୍କ ସହ ଜଙ୍ଗଲରେ ଗଣବଳାତ୍କାର ଓ ବଳାତ୍କାର ପରେ ହତ୍ୟା

ଘଟଣା ଜଣାପଡ଼ିବା ଭୟରେ ଭାଇ ସାଙ୍ଗ ମାନଙ୍କ ସହିତ ମିଶି ନିଜ ଭଉଣୀକୁ ତଣ୍ଟିଚିପି ଟାଙ୍ଗିଆରେ ହାଣି ହତ୍ୟା କରି ମୃତଦେହକୁ ଭାଇ ଜଙ୍ଗଲରେ ପଥର ଖୋଲରେ ଫିଙ୍ଗିଦେଇଥିଲା । ଏଭଳି ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧୀନ ଚାହାଳି ପଞ୍ଚାୟତ ଲିଆଗଡ଼ ଗ୍ରାମରେ । ମୃତକ ଜଣକ ହେଲେ ପୁଷ୍ପାଞ୍ଜଳି ଭୋଇ (୨୫) । ଏହାପରେ ଭଉଣୀ ନିଖୋଜ ହୋଇଥିବା ନେଇ ବଡ଼ ଭାଇ ଥାନା ରେ ଅଭିଯୋଗ କରିଥିଲେ । କିନ୍ତୁ ଭଉଣୀ ନିଖୋଜ ହୋଇଥିବା ଅଭିଯୋଗ କରିଥିବା ଅଭିଯୋଗକାରୀ ବଡ଼ ଭାଇ ହିଁ ଭଉଣୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ପୋଲିସ ଏହି ଘଟଣାର ରେ ବଡ଼ ଭାଇ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ ଭାଇ ପରେସ ଭୋଇ, ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ ।

ସୂଚନା ପ୍ରକାରେ ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଆଗଡ ଗ୍ରାମର ପୁଷ୍ପାଞ୍ଜଳି ନିଜ ବାପା ଭରତଙ୍କ ସହ ରହୁଥିଲେ । ଘର ଠାରୁ କିଛି ଦୂରରେ ତାଙ୍କ ବଡଭାଇ ପରେଶ ଭୋଇ ତାଙ୍କ ସ୍ତ୍ରୀଙ୍କ ସହିତ ଅଲଗା ରୁହନ୍ତି । କିନ୍ତୁ ବଡ଼ ଭାଇର ନିଜ ଶାଳୀ ସହ ଅନୈତିକ ସମ୍ପର୍କ ପୁଷ୍ପାଞ୍ଜଳି ଦେଖିବା ପରେ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ଭାଇ ଭଉଣୀ ଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । କାଳେ ଭଉଣୀ ଏହି ଘଟଣା ଚାରିଆଡେ ପ୍ରଘଟ କରିଦେବ ଭାବି ସେ ପୁଷ୍ପାଞ୍ଜଳି କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ନଭେମ୍ବର ୩ତାରିଖରେ ପୁଷ୍ପାଞ୍ଜଳି ପତ୍ର ସଂଗ୍ରହ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ପରେଶ ମଧ୍ୟ ସେହି ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲା। ଉଭଣୀଙ୍କୁ ସେଠାରେ ଦେଖି ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା । ଏହାପରେ ସେ କିଛି ସାଙ୍ଗଙ୍କୁ ଫୋନ କରି ସେଠାକୁ ଡକାଇ ଥିଲା ।

ସମସ୍ତେ ମିଶି ସେଠାରେ ମଦ ପିଇବା ପରେ ପରେଶଙ୍କ ସାଙ୍ଗ ମାନେ ପୁଷ୍ପାଞ୍ଜଳିଙ୍କୁ ଗଣବଳାତ୍କାର କରିଥିଲେ । ପୁଷ୍ପାଞ୍ଜଳି ଚିତ୍କାର କରିବାରୁ ପରେଶ ତାର ତଣ୍ଟି ଚିପି ଦେଇଥିଲେ । ମୂର୍ଚ୍ଛା ହେବା ପରେ ପୁଷ୍ପାଞ୍ଜଳି ଡାଳ କାଟିବା ପାଇଁ ଆଣି ଥିବା ଟାଙ୍ଗି ଆରେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ସମସ୍ତେ ମିଶି ମୃତଦେହକୁ ନିକଟସ୍ଥ ଏକ ପାହାଡ ଖୋଲ ଭିତରେ ପକାଇ ଦେଇଥିଲେ । ଝିଅ ଘରକୁ ନ ଆସିବାରୁ ବାପା ଖୋଜାଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ନଭେମ୍ବର ୬ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ପରେଶ ଭଉଣୀଙ୍କ ନିଖୋଜ ନେଇ ଚକାପାଦ ଥାନାରେ ଏତଲା ଦେଇଥିଲେ । ଘଟଣା ପରେ ପୋଲିସ କଟଡି ଜଙ୍ଗଲରୁ ପୁଷ୍ପାଞ୍ଜଳିଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।