ବିନିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଦିନ ଧରି ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ

0
32
ବିନିକା ସରସ୍ବତୀ ଶିଶୁ ବିଦ୍ୟା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦୁଇଦିନ ଧରି ବାର୍ଷିକ କ୍ରୀଡା ସମାରୋହ ଚାଲିଥିଲା ।Whatsapp Image 2023 12 03 At 11.55.56 (2)

ଶୁକ୍ରବାର ଦିନ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ତାପସ୍ୱିନୀ ମେହେର, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମାନଗୋବିନ୍ଦ ମେହେର, ଯୁଗ୍ମ ସମ୍ପାଦକ ଶ୍ରୀନିବାସ ବାବୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଶାରୀରିକ ପ୍ରମୁଖ ରବିନ୍ଦ୍ର ବିଭାର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ପ୍ରମୋଦ କୁମାର ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିଭେଲା ସ୍ୱାଗତ ଭାଷଣ ଦେଇ କ୍ରୀଡାର ଉପକାର ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ ଦେଇ ଥିଲେ । ଶନିବାର ଦିନ ଅନୁଷ୍ଠିତ ହୋଇଥିବା ଏହି ଉଦଯାପନୀ ଉତ୍ସବରେ ସ୍ଥାନୀୟ ସିଦ୍ଧାର୍ଥ ମହାବିଦ୍ୟାଳୟର ଖେଳ ଅଧ୍ୟାପକ ନାରାୟଣ ଚୌଧୁରୀ ମୁଖ୍ୟ ଅତିଥି, ପରିଚାଳନା ସମିତି ସଭାପତି ମାନଗୋବିନ୍ଦ ମେହେର, ସଭ୍ୟା ସଂଯୁକ୍ତା ମେହେର ଏବଂ ଜାନକୀ ସାମିନୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କୃତକାର୍ଯ୍ୟ ହୋଇଥିବା ଶିଶୁଙ୍କୁ ପୁରସ୍କୃତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ-ଶିଶୁବର୍ଗର ୧୩୫ ଜଣ ଶିଶୁବର୍ଗର ୫୮ ଜଣ ବାଳବର୍ଗର ୭୫ ଜଣ କିଶୋରବର୍ଗର ୩୫ ଜଣ ଏବଂ ଶିଶୁ ବାଟିକା ବିଭାଗର ୬୦ ଜଣ ମୋଟ ୩୬୩ ଜଣ ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ଶାରୀରିକ ପ୍ରମୁଖ ରବିନ୍ଦ୍ର ବିଭାରଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିଭେଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା ।