ମହୁମାଛି ଆକ୍ରମଣରେ ୩ ଗୁରୁତର

0
34
ମହୁମାଛି ଆକ୍ରମଣରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୪/୧୨) : ଆନନ୍ଦପୁର ଉପଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ମହୁମାଛି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଘସିପୁରା ବ୍ଲକ୍ ବରିପାଳର ଶିକ୍ଷକ ନବୀନ ଚରଣ ହୋ ରାସ୍ତାରେ ଯିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ବେଳେ ଜରକସାହିର ଦଶମା ଭୂୟାଁ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ସେହିଭଳି ଖାଳିଆମେଣ୍ଟା ଗାଁ’ର କୁନି ଭୂୟାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।