‘ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ସାର୍; ମୋ ଧାନ କିଣାଯାଉ, ନ ହେଲେ ଆତ୍ମହତ୍ୟା କରିବି’

0
28
‘ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୪/୧୨) : ‘ମୋ ଧାନ କିଣାଯାଉ, ନ ହେଲେ ମୁଁ ଆତ୍ମହତ୍ୟା କରିବି।’ ଏମିତି କହି ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଚିଠି ଲେଖିଛନ୍ତି ।

ସପ୍ତାହକ ମଧ୍ୟରେ ଅମଳ ଧାନକୁ ସରକାର ଯଦି ନ କିଣନ୍ତି, ତେବେ ସେ ଆତ୍ମହତ୍ୟା କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି । ସଂପୃକ୍ତ ଚାଷୀ ଜଣକ ହେଲେ ହେଲେ ବଲାଙ୍ଗିର ପାଟଣାଗଡ଼ର ଡିଙ୍ଗର କୁମ୍ଭାର । ଡିଙ୍ଗର ନିଜର ୪ ଏକର ଜମିରେ ଧାନ ଚାଷ କରିଥିଲେ । ଭଲ ଧାନ ହୋଇଥିଲା ୮୦ରୁ ୯୦ କୁଇଣ୍ଟାଇ ଧାନ ସେ ଅମଳ କରିଥିଲେ । ଏହି ଧାନକୁ ମଣ୍ଡିରେ ବିକ୍ରି କରିବାକୁ ଟୋକନ କରିଥିଲେ । ଡିସେମ୍ବରରେ ଧାନ ବିକ୍ରି କରିବା ପାଇଁ ଟୋକନରେ ଲେଖିଥିଲେ । ହେଲେ ଏହି ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ଆସନ୍ତା ବର୍ଷ ଫେବ୍ରୁୟାରୀ ମାସ ୨୩ ତାରିଖରେ ଟୋକନ ମିଳିଛି । ତେବେ ଏତେଦିନ ପର୍ଯ୍ୟନ୍ତ ଧାରକରଜ କରି ଫଳାଇ ଥିବା ଧାନକୁ କେଉଁଠି ରଖିବି ବୋଲି ଡିଙ୍ଗର ପ୍ରଶ୍ନ କରିଛନ୍ତି । ଗତ ୨ ତାରିଖ ଦିନ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଲିଖିତ ଜଣାଇଛନ୍ତି । ଆଉ ସାମ୍ବାଦିକ ସମ୍ମିଳନୀରେ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି । ଡିଙ୍ଗର କୁମ୍ଭାର କହିଛନ୍ତି, ମୁଁ କ୍ଷୁଦ୍ର ଓ ଗରିବ ଚାଷୀ । ଧାର ଉଧାର କରି ଚାଷ କରିଛି ।

ମୁଁ ଧାନ ବିକ୍ରି କରି ସାହୁକାରକୁ ପଇସା ଦେବି । ବଜାରରେ ମିଲରମାନେ ଧାନ କୁଇଣ୍ଟାଲ କମ୍‌ ଟଙ୍କାରେ ନେବେ ବୋଲି କହୁଛନ୍ତି । ମୁଁ ସେମାନଙ୍କୁ ଧାନ ଦେଲେ ମୋ ଯେ କିଛି ଲାଭ ହେବ ନାହିଁ । ଏହା ସହ ମୁଁ ସାହୁକାରର ପଇସା ସୁଝି ପାରିବିନି । ୧୦ ଦିନ ଭିତରେ ମୋ ଧାନ ମଣ୍ଡିରେ କିଣାଯାଉ ବୋଲି ୨ ତାରିଖ ଦିନ ମୁଁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଲିଖିତ ଜଣାଇଛି । ଡିସେମ୍ବର ୧୫ ତାରିଖ ସୁଦ୍ଧା ମୋ ଧାନ ମଣ୍ଡିରେ ବିକ୍ରି ନ ହେଲେ ମୁଁ ଆତ୍ମହତ୍ୟା କରିବି । ପାଟଣାଗଡ଼ ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ କହିଛନ୍ତି, ଡିଙ୍ଗର କୁମ୍ଭାର ଦେଇଥିବା ଚିଠି ସରକାରଙ୍କ ପାଖକୁ ପଠାଇ ଦେଇଛୁ। ତାର ଧାନ କିଣିବା ପାଇଁ ସେ ଏହି ଚିଠି ଲେଖିଛି ।