ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆ -ଓ -ଯୁବ ଓଡିଶା ନବୀନ ଓଡିଶା ପଞ୍ଚମ ଦିବସ

0
30
ପଞ୍ଚାୟତ ସମିତି ଉଚ୍ଚ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୬/୧୨) : ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଆଜିର କାର୍ଯ୍ୟକ୍ରମ ପଞ୍ଚମ ଦିବସରେ ଖେଳ ବିଭାଗର କେରମ ଓ ଚେସ ଖେଳ ପ୍ରତିଯୋଗିତା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବ୍ଲକ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅଧ୍ୟାପକ ନରେନ୍ଦ୍ର କୁମାର ପାଣିଗ୍ରାହୀ,ରାଧେଶ୍ୟାମ ତ୍ରିପାଠୀ, ହୃଦାନନ୍ଦ ପୁହାଣ, ଅଂଶୁମାନ ଦାସ, ନରେଶ ସତନାମୀ, ଲିଲି ପଧାନ ପ୍ରମୁଖ ସହଯୋଗ କରିଥିଲେ । ଖେଳ ପ୍ରଶିକ୍ଷକ ରାଧେଶ୍ୟାମ ବଘାର ସଂଯୋଜନା କରିଥିବାବେଳେ ନୋଡାଲ ଅଫିସର ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।