ମୁରିବାହାଲ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ୧୨୬ ପଞ୍ଜିକୃତ

3
45
ମୁରିବାହାଲ ବ୍ଲକରେ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୦/୧୧) : ମୁରିବାହାଲ ବ୍ଲକ ଅଧ୍ୟକ୍ଷ କାର୍ଯ୍ୟାଳୟରେ ସୋମବାର ଦିନ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 11 20 At 20.34.56

ଏହି ଯୁଗ୍ମ ଶୁଣାଣୀରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ହିଲାରୀ ହୃଷିକେଶ ଦ୍ୟାନଦିଓ, ପିଡି ସୁଶାନ୍ତ ସିଂ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୁଗ୍ମ ଶୁଣାଣି ରେ ଉପସ୍ଥିତ ଥିଲେ| ସମୁଦାୟ ୧୨୬ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ବ୍ୟକ୍ତିଗତ -୫୮, ସାମୁହିକ -୨୦ ଏବଂ ପିଏମ ଏ ୟାଇ -ଜି ଆରଏଚ-୪୮ ଅଭିଯୋଗ ହୋଇଥିଲା । ମୁରିବାହାଲ ବିକାଶ ମଞ୍ଚ ପକ୍ଷରୁ ଗୋଟିଏ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଦାବି କରିଥିଲେ । ଯମୁନା ଗ୍ରାମର ଚାଷୀ ଦୀର୍ଘ ବର୍ଷେ ହେବ ସୌରଚଳିତ ବୋରିଙ୍ଗ କରିଥିବାବେଳେ ମୋଟର ଦିଆଯାଇନଥିବା ଅଭିଯୋଗ କରିଥିଲେ । ହଳଦୀ ହାଇସ୍କୁଲ ରେ ୫-ଟି ରାତ୍ରୀ ଜଗୁଆଳି ଅନିୟମିତତା ନେଇ ଏସଏଚଜି ମହିଳାମାନେ ଅଭିଯୋଗ କରିଥିଲେ । ହଳଦୀ ଗ୍ରାମ ପଞ୍ଚାୟତ ଡଙ୍ଗରପଡା ଗ୍ରାମବାସୀ ମୁରିବାହାଲ ବ୍ଲକ ହେଡ଼ କ୍ଵାଟର କିମ୍ୱା ହଳଦୀ ପଞ୍ଚାୟତ ପାଇଁ ସ୍ଥାୟୀ ରାସ୍ତା କରିବାପାଇଁ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରୁ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ଜିଲ୍ଲା ଡିଇଓ ଧ୍ରୁବ ଚରବ ବେହେରା,ସିଡ଼ିଏମଓ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ,ଡିଏସଏସଓ, ସିସିଏସଓ, ଡିପିଇ, ଏଲଡିଏଏମ, ସିଡିଇଓ, ସିଡିଭିଓ, ଦିଆରସିଏସ, ଡିଜିଏଚ, ଡିଏଲଓ,ଡିସିପିଓ, ପିଡି ୱାଟର ସେଟ, ସୁପରିଷ୍ଟେଣ୍ଡ ଏକ୍ସସାଇଜ, ଏସଡିପିଓ ଗୌରାଙ୍ଗ ସାହୁ,ତହସିଲଦାର ଆୟୁବ ମଣ୍ଡଳ, ଆଇଆଇସି ସିପୋରା ସରୟା ଳୁଗୁନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଥବିର ମେହେର, ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ଜିପିଓ ଏନ ଜେ ଥିଓଫିଲ, ବିଇଓ ଶାନ୍ତନୁ ପଡିଆରି, ବିଭିଓ ଅଞ୍ଜନ କୁମାର ମଲ୍ଲିକ, ଏଇଇ ଅଭିନାଶ ମୋଦି,ସିଡିପିଓ ସୁପ୍ରଭା ମହାପାତ୍ର, ଆରଡବ୍ଲୁଏସଏସ ଏଇ ସରୋଜ କୁମାର ସେଠ, ଏପିଓ ବସନ୍ତ ବଳିଆର ସିଂ, ବିଏସଏସଓ ରିଙ୍କୁ ମେହେର, ସରପଞ୍ଚ ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ, ସମସ୍ତ ଜିଲ୍ଲା ଓ ବ୍ଲକ ବିଭାଗୀୟ ଅଧିକାରୀ କର୍ମଚାରୀ, ସରପଞ୍ଚ, ପିଇଓ, ଏହି ଯୁଗ୍ମ ଶୁଣାଣିରେ ଉପସ୍ଥିତ ଥିଲେ । ବ୍ଲକ ପରିସରରେ ଲୋକଙ୍କ ଗହଳି ଦେଖିବାକୁ ମିଲିଥିଲା ।

ଯୁଗ୍ମ ବୈଠକ ସରିଲାପରେ ଜିଲ୍ଲାପାଳ, ଏସପି, ପିଡି ପିଏସ ଡିଗ୍ରୀ କଲେଜ ଏବଂ + ଯୁକ୍ତ ଦୁଇ କଲେଜ କୁ 5T କାମ ପରିଦର୍ଶନ କରିବାପାଇଁ ଯାଇଥିଲେ । ଏହି ସମୟରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ଏଇଇ ଅଭିନାଶ ମୋଦି, ଜେଇ ଟିଏସକେ ପାତ୍ର, ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ ନାୟକ, ଯୁକ୍ତ ଦୁଇ ଅଧ୍ୟକ୍ଷ ରମେଶ ମହାନନ୍ଦ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନେକ ଅଭିଯୋଗକାରୀ ଅଭିଯୋଗ କରିନ ପାରି ନିରାଶ ହୋଇ ଫେରି ଯାଇଥିବା ଅଭିଯୋଗ ହୋଇଛି ।

3 COMMENTS

Comments are closed.